Categories: ଜାତୀୟ

‘ଭାରତ ଯୋଡୋ ଯାତ୍ରା’ରେ ଫୁଟିପାରେ ବୋମା: ମିଳିଲା ଧମକପୂର୍ଣ୍ଣ ଚିଠି

ଇନ୍ଦୋର,୧୮।୧୧: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ରେ ବୋମା ଫୁଟିବା ଧମକ ମିଳିଛି। ଇନ୍ଦୋରରେ ଏହି ଧମକ ମିଳିବା ପରେ ପୋଲିସ ପ୍ରଶାସନରେ ସଜାଗ ହୋଇପଡିଛି। ଏହି ଧମକପୂର୍ଣ୍ଣ ଚିଠି ଇନ୍ଦୋର ପୋଲିସ ଷ୍ଟେଶନ ପରିସରରେ ଥିବା ଏକ ମିଠା ଦୋକାନରୁ ମିଳିଥିଲା। ବର୍ତ୍ତମାନ ନିକଟସ୍ଥ ସ୍ଥାପିତ ସିସିଟିଭି ଫୁଟେଜ ଆଧାରରେ ଚିଠି ଛାଡିଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜୁଛି।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ଅଜ୍ଞାତ ବ୍ୟକ୍ତି ଇନ୍ଦୋରର ଜୁନି ଅଞ୍ଚଳରେ ଅବସ୍ଥିତ ଏକ ମିଠା ଦୋକାନରେ ଏକ ଚିଠି ଛାଡିଥିଲେ। ଦୋକାନର ମାଲିକ ଏହା ଦେଖି ପୋଲିସକୁ ଚିଠିଟି ଦେଇଥିଲେ। ଏହି ଚିଠିରେ ରାହୁଲ ଗାନ୍ଧୀ ଇନ୍ଦୋରର ଖାଲସା କଲେଜରେ ଅଟକି ଯାଆନ୍ତି ତେବେ ତାଙ୍କୁ ବୋମାମାଡ଼ କରାଯିବ ବୋଲି ଧମକ ଦିଆଯାଇଛି।

Share