ବିଞ୍ଝାରପୁର,୨୪।୩(ଡି.ଏନ୍.ଏ): ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ ବାଲିଘାଟକୁ ନେଇ ହୋଇଥିବା ବିବାଦରେ ଜଣଙ୍କର ମୁଣ୍ଡ ଗଡିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ମିଳିଥିବା ସୂଚନା ମୁତାବକ, ବିଞ୍ଝାରପୁର ତହସିଲ ଅଧୀନ ଖରସ୍ରୋତା ନଦୀର ମନେଇ ବାଲିଘାଟକୁ ପ୍ରଦୀପ ସାହୁ ନିଲାମ ନେଇଥିଲେ। ହେଲେ ବାଲିଘାଟକୁ କଲ୍ୟାଣପୁର (ବେଲପାଳ) ଗ୍ରାମର ସୁରେନ୍ଦ୍ର ଦାଶ ଓରଫ ଦୁଃଖିଆ ବୁଝାବୁଝି କରୁଥିଲେ। ଗୁରୁବାର ସନ୍ଧ୍ୟାରେ କିଛି ଦୃବୃର୍ତ୍ତ ସୁରେନ୍ଦ୍ରଙ୍କୁ ବୋମାମାଡ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଖବରପାଇ ପରିବାର ଲୋକେ ସୁରେନ୍ଦ୍ରଙ୍କୁ ଉଦ୍ଧାର କରି ହସ୍ପିଟାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।