କଲମ୍ବିଆରେ ସୁରକ୍ଷାକର୍ମୀଙ୍କ ଉପରେ ସବୁଠାରୁ ବଡ ଧରଣର ଆକ୍ରମଣ: ୮ ପୋଲିସ ମୃତ

ବୋଗୋଟା,୩ ।୯: ପଶ୍ଚିମ କଲମ୍ବିଆରେ ଶୁକ୍ରବାର ହୋଇଥିବା ଏକ ବିସ୍ଫୋରଣରେ ୮ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଗୁସ୍ତଭୋ ପେଟ୍ରୋ କହିଛନ୍ତି ଦେଶର ପ୍ରାୟ ୬୦ ବର୍ଷର ସଂଘର୍ଷକୁ ଶେଷ କରିବାକୁ ଶପଥ ନେବା ପରେ ସୁରକ୍ଷାକର୍ମୀଙ୍କ ଉପରେ ସବୁଠାରୁ ବଡ ଆକ୍ରମଣ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଯେତେବେଳେ ପୋଲିସମାନେ ଯାତ୍ରା କରୁଥିଲେ ସେତେବେଳେ ଏହି ଆକ୍ରମଣ ହେବାରୁ ୮ ପୋଲିସଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ଗାଡି ଉପରକୁ ବିସ୍ଫୋରଣ କରାଯାଇଥିଲା ।
ରାଷ୍ଟ୍ରପତି ଗୁସ୍ତଭୋ ପେଟ୍ରୋ ଏହି ଘଟଣାର କଡା ନିନ୍ଦା କରିଛନ୍ତି । ଏହି ଘଟଣାରେ ୮ ପୋଲିସଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ପରିବାର ସହ ମୋର ସହାନୁଭୁତି ରହିଛି । ଅଧିକାରୀଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେବା ସହ ଏହା ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ବଡ ବାଧା ବୋଲି ରାଷ୍ଟ୍ରପତି କହିଛନ୍ତି ।

Share