ନୂଆଦିଲ୍ଲୀ, ୧୦।୯ : କେରଳର କନ୍ନୁର ଜିଲାରେ ବୋମା ବିସ୍ଫୋରଣ ଘଟିଛି। ରାଷ୍ଟ୍ରୀୟ ସ୍ବଂୟସେବକ ସଂଗଠନର (ଆରଏସଏସ) କର୍ମଚାରୀଙ୍କ ଘର ନିକଟରେ ଏହି ବିସ୍ଫୋରଣ ଘଟିଛି। ମଟ୍ଟୁନୁର ପୋଲିସର ସୂଚନାନୁସାରେ, ଆରଏସଏସ କର୍ମୀ ସୁଧିଶଙ୍କ ଘରୁ ପ୍ରାୟ ୫୦ ମିଟର ଦୂରରେ ଏହି ବିସ୍ଫୋରଣ ଘଟିଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଫୋରେନସିକ ଦଳ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଜିଲା ପୋଲିସ ମୁଖ୍ୟ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ପୋଲିସ କହିଛି ଯେ ସୁଧିଶ ମଧ୍ୟ ଅନେକ ମାମଲାରେ ଅଭିଯୁକ୍ତ ଥିଲେ। ଅଧିକ ଅନୁସନ୍ଧାନ କରାଯାଉଛି। ବାସ୍ତବରେ ଗତ ମାସରେ ଏକ ବୋମା ବିସ୍ଫୋରଣ ପରେ ଆରଏସଏସ ଏବଂ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ) ର କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଅନେକ ଘର ଓ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା।
ଅନ୍ୟ ଏକ ଘଟଣାରେ ଶୁକ୍ରବାର ଦିନ କନ୍ନଭାମର ପୂର୍ବତନ ଏସଡିପିଆଇ କର୍ମୀ ସଲାହୁଦ୍ଦିନଙ୍କ ଘର ନିକଟରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଜାରି ରଖିଛି।