କରାଚି ବସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ସିନ୍ଧ ଓ ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ

କରାଚି,୧୩ ।୫: ପାକିସ୍ତାନର କରାଚିରେ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ସିନ୍ଧ ଓ ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ । କରାଚି ସଦର ଅଞ୍ଚଳରେ ଭିଡ ଥିବା ସମୟରେ ଏହି ବିସ୍ଫୋରଣ ହେବାରୁ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡିବାକୁ ଆରମ୍ଭ କରିଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ, ଏହି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା କୁହାଯାଇଛି । ଏହି ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ବହୁଦୂର ପର୍ଯ୍ୟନ୍ତ ଶୁଭିଥିଲା । ଏହାସହ ପାଖରେ ଥିବା କିଛି ଗାଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଏହି ବୋମା ଡଷ୍ଟବିନ ପାଖରେ ଥିବା ଏକ ସାଇକେଲରେ ରଖାଯାଇଥିବା କୁହାଯାଉଛି । ଏକ ଟାଇମର ଯୋଗେ ବିସ୍ଫୋରଣ କରାଯାଇଛି । କରାଚି ପୋଲିସ ଏହାକୁ ଆତଙ୍କବାଦୀ ଆକ୍ରମଣ କହୁଥିବା ବେଳେ ଏବେ ଏହି ବିସ୍ଫୋରଣ ପାଇଁ ସିନ୍ଧ ଓ ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିଛି ।

Share