ପାକିସ୍ତାନରେ ବଡ଼ ବିସ୍ଫୋରଣ

ଇସଲାମାବାଦ୍‌,୧୩।୫: ପାକିସ୍ତାନର କରାଚିରେ ଗୁରୁବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବୋମା ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ସଂଖ୍ୟା ୧୩ରୁ ଅଧିକ ବୋଲି ଜଣାପଡିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଏହାର ଶବ୍ଦକୁ ବହୁ ଦୂରରୁ ଶୁଣିଥିଲେ ଏବଂ ଚାରିପାଖରେ ପାର୍କିଂ ହୋଇଥିବା ଗାଡିଗୁଡିକ ନଷ୍ଟ ହୋଇଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, କରାଚିର ସାଦର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ବୋମା ବିସ୍ଫୋରଣ ପରେ ଚାରିଆଡ଼େ ବିନାଶର ଚିତ୍ର ଦେଖାଯାଉଥିଲା। ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କୁହାଯାଉଛି ଯେ ଏହି ବୋମାଟି ଡଷ୍ଟବିନ ପାଖରେ ରଖାଯାଇଥିବା ସାଇକେଲରେ ଲଗାଯାଇଥିଲା। ଏହି ବୋମା ବିସ୍ଫୋରଣରେ ପ୍ରାୟ ୨ କିଲୋଗ୍ରାମ ବିସ୍ଫୋରକ ଏବଂ ପ୍ରାୟ ଅଧା କିଲୋ ବଲ ବିୟରିଂ ବ୍ୟବହାର କରାଯାଇଥିଲା। କରାଚି ପୋଲିସ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି।

Share