ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ…

ଇସଲାମାବାଦ,୨୦।୮ : ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ମୁଖପାତ୍ର କହିଛନ୍ତି ଏହି ବୋମା ବିସ୍ଫୋରଣ ଉତ୍ତର ୱାଜିରିସ୍ତାନର ଏକ ଭ୍ୟାନରେ ଘଟିଛି।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଡେପୁଟି କମିଶନର ରେହାନ ଗୁଲ ଖଟ୍ଟକ କହିଛନ୍ତି ଆତଙ୍କବାଦୀମାନେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଗାଡିକୁ ବିସ୍ଫୋରକ ସାମଗ୍ରୀ ଦ୍ୱାରା ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଅଧିକାରୀ କହିଛନ୍ତି ଆହତ ଏବଂ ମୃତଦେହ ଗୁଡିକୁ ଡାକ୍ତରଖାନା ନିଆଯାଇଛି।

ଅଧିକାରୀ କହିଛନ୍ତି ମୃତ ବ୍ୟକ୍ତିମାନେ ଦକ୍ଷିଣ ୱାଜିରିସ୍ତାନର ମାକିନ ଏବଂ ୱାନା ତହସିଲର ବାସିନ୍ଦା। ଏହାର ତଦନ୍ତ ଜାରି ରହିଛି।

Share