ପୁରୀ ପେଣ୍ଠକଟାରେ ବୋମା ବିସ୍ଫୋରଣ

ପୁରୀ,୨।୯(ଅଜିତ୍‌ ମହାନ୍ତି): ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପ ନିକଟ ଡଙ୍ଗା ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଏକ ମାଛ ଧରା ଡଙ୍ଗାରେ ବୋମା ବିସ୍ଫୋରଣ । ଶନିବାର ହଠାତ୍‌ ପେଟ୍ରୋଲ ପମ୍ପ ପଛ ପଟେ  ବିସ୍ଫୋରଣ ହୋଇଥିଲା। ଏଥିରେ ଡଙ୍ଗାଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଏହାବ୍ୟତୀତ ଏକ ବୁଲା କୁକୁରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବମ୍‌ ସ୍କ୍ବାଡ୍‌ ଓ ଡଗ ସ୍କ୍ବାଡ୍‌ ମଧ୍ୟ ଆଉ କିଛି ସମୟ ପରେ ପହଞ୍ଚିବ ବୋଲି ଥାନା ଆଇଆଇସି କହିଛନ୍ତି।
ତେବେ ଡଙ୍ଗା ଫ୍ୟାକ୍ଟ୍ରି ଭିତରେ କେହି ଦୁର୍ବୁତ୍ତ ଏକ ଜୀବନ୍ତ ବୋମା ରଖିଥିବା ବେଳେ ଗୋଟିଏ କୁକୁର ଏହାକୁ ପାଟିରେ ଭିଡୁଥିଲା । ଠିକ ସେହି ସମୟରେ ବୋମାଟି ଫାଟିଯାଇଥିଲା ଓ କୁକୁରଟି ବୋମା ଫୁଟିବା ଯୋଗୁ ପ୍ରାୟ ୫୦ ମିଟର ଛିଟିକି ପଡ଼ିଥିଲା। ତେବେ ଏଭଳି ଘଟଣା ମନୁଷ୍ୟକୃତ ବୋଲି ସ୍ଥାନୀୟ ବାସିନ୍ଦା କହିଥିବା ବେଳେ ଏହା ପେଣ୍ଠକଟା ଅଞ୍ଚଳରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ତେବେ କିଏ ଓ କାହିଁକି ବୋମା ରଖିଲା ତାହା ପୋଲିସ ତଦନ୍ତ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ: ଗତ ପାଞ୍ଚ ବର୍ଷରେ ନେଲେଣି ୨୨ ଜୀବନ

ଭୁବନେଶ୍ୱର,୨୬।୧୧: ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାମାନଙ୍କରେ କୁମ୍ଭୀର ଆକ୍ରମଣ ବଢ଼ିବାରେ ଲାଗିଛି। ଯେଉଁଥିରେ ବିନା କାରଣରେ ସାଧାରଣ ଲୋକେ ଜୀବନ ହାଉଥିବା...

ହଜିଲା ମାନବିକତା: ଡିଜେ ପାଇଁ ଅଟକିଲା ଆମ୍ଭୁଲାନ୍ସ, ଗୋଟିଏ ନୁହେଁ ଏକାବେଳକେ …

ବାରଙ୍ଗ,୨୬।୧୧(ଲିଙ୍ଗରାଜ ରାଉତ): ବାରଙ୍ଗର ପ୍ରସିଦ୍ଧ କାର୍ତ୍ତିକେସ୍ବର ଭସାଣି ସୋମବାର ରାତିରେ ହୋଇଥିଲା। ତେବେ ଡିଜେର ତାଳେତାଳେ ସମସ୍ତେ ନାଚୁ ଥିବା ବେଳେ ଦେଖାଯାଇଥିଲା ଟ୍ରାଫିକ୍‌ ସମସ୍ୟା।...

ଏନଏସି ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୯ ଜଣ କାଉନସିଲର

ଜି.ଉଦୟଗିରି,୨୬।୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ବିରୋଧରେ ୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ...

ମାଣ୍ଡିପଙ୍କାବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ପ୍ରତି ପରିବାରକୁ ମିଳିଲା…

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଗରିବୀ ସୀମାରେଖା ତଳେ ଥିବା ପରିବାର ଲୋକଙ୍କୁ ଜୀବନଜୀବିକା ସ୍ବାବଲମ୍ବୀ...

ଶ୍ରମିକ-କୃଷକ ବିରୋଧୀ ନୀତି ପ୍ରତିବାଦରେ ବିକ୍ଷୋଭ

ଛତ୍ରପୁର,୨୬।୧୧(ଦିଲ୍ଲୀପ ସାମଲ): ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ନୀତି ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚା...

ଦୁର୍ଘଟଣାରେ ମୃତ୍ୟୁକୁ ନେଇ ହରଡ଼ଘଣାରେ ପରିବାର: ବ୍ୟବଚ୍ଛେଦରେ ହେଉଛି ବିଳମ୍ବ

ପଟ୍ଟାଙ୍ଗି,୨୬।୧୧(ଶରତ ଧଳ): ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ହୋଇଥିବା ଦୁର୍ଘଟଣାକୁ ନେଇ ଓଡ଼ିଶାର ଲୋକେ ବର୍ତ୍ତମାନ ହରଡ଼ଘଣାରେ ପଡିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ନ ହୋଇ...

ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ

ନବରଙ୍ଗପୁର,୨୬।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପରିଷଦ କମିଟିର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ...

ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟାକୁ ଦିଆଯିବ ଅଗ୍ରାଧିକାର

ରୁପ୍ରାରୋଡ,୨୬।୧୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri