Categories: ଜାତୀୟ

ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ମାର୍ଚ୍ଚ ୧୨ରେ ହେବ ବୋମା ବିସ୍ଫୋରଣ: ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ଧମକ…

ନୂଆଦିଲ୍ଲୀ,୧।୧ : ଆମେରିକାରେ ବସିଥିବା ବିଚ୍ଛିନ୍ନତାବାଦୀ ତଥା ଶିଖ ଫର ଜଷ୍ଟିସ ପ୍ରତିଷ୍ଠାତା ଗୁରୁପତଓ୍ବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ପୃଥକ ଖାଲିସ୍ତାନ ଉପରେ ହୋଇଥିବା ଜନମତ ସଂଗ୍ରହରେ ବିଫଳ ହେବା ପରେ ସେ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଟାର୍ଗେଟ କରି ଭାରତର ଅର୍ଥନୈତିକ ବିନାଶ ପାଇଁ ଏକ ଉତ୍ତେଜନାମୂଳକ ଆହ୍ବାନ ଦେଇଛନ୍ତି। ଏଥିପାଇଁ ସେ ମୁମ୍ବାଇରେ ସିରିଏଲ ବିସ୍ଫୋରଣର ବାର୍ଷିକୀ ଅର୍ଥାତ ମାର୍ଚ୍ଚ ୧୨ କୁ ବାଛିଛନ୍ତି। ଏହି ଦିନ ବିଏସଇ ବିଲ୍ଡିଂ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରାଯିବ ବୋଲି ସେ ଧମକ ଦେଇଛନ୍ତି।

୧୨ ମାର୍ଚ୍ଚ ୧୯୯୩ ରେ ହୋଇଥିବା ସିରିଏଲ ବିସ୍ଫୋରଣରେ ବିଏସଏଫ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିଲା। ପନ୍ନୁନ ଏଥର କହିଛନ୍ତି, ’ମାର୍ଚ୍ଚ ୧୨ରେ ଏନଏସଇ/ବିଏସଇକୁ ଟାର୍ଗେଟ କରିବାକୁ ଏସଜେଏଫ ଧମକ ଦେଇଛି। ଯାହାଦ୍ୱାରା ଭାରତର ଅର୍ଥନୈତିକ ବ୍ୟବସ୍ଥାକୁ ନଷ୍ଟ କରି ହେବ।

ପନ୍ନୁଙ୍କ ଧମକ ସମ୍ପର୍କରେ ଭାରତୀୟ ଗୁପ୍ତଚର ଏଜେନ୍ସି କହିଛି, ଜନମତ ସଂଗ୍ରହ କରିବାରେ ବିଫଳ ହେବା ପରେ ସେ ଏହି ନୂତନ ଅଭିଯାନ ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ସେ ବିଦେଶୀ ଏଜେନ୍ସି ପାଇଁ କାର୍ଯ୍ୟ କରୁଥିବା ଜଣେ ବିଦେଶୀ ଏଜେଣ୍ଟ ଯିଏ ତାଙ୍କୁ ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ସୁରକ୍ଷା ଦେଉଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଛନ୍ତି ଏବଂ ବର୍ତ୍ତମାନ ଭାରତର ଆର୍ଥିକ ସ୍ଥିରତାକୁ ଟାର୍ଗେଟ କରିବାକୁ ଚାହୁଁଛନ୍ତି। ପନ୍ନୁ ଜଣେ ବିଶ୍ୱସ୍ତରୀୟ ଆତଙ୍କବାଦୀ। ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଜରୁରୀ।

 

Share