Categories: ଜାତୀୟ

ହସ୍ପିଟାଲ୍‌କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ, ୧୨।୬: ଦେଶର ରାଜଧାନୀ ପରେ ଏବେ ଚଣ୍ଡିଗଡ଼ର ସେକ୍ଟର-୩୨ର ମେଣ୍ଟାଲ ହେଲ୍‌ଥ ହସ୍ପିଟାଲ ଏବଂ ମେଡିକାଲ କଲେଜକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏପରି ଖବର ପରେ ହସ୍ପିଟାଲ୍‌ରେ ଧାଆଁ ଦୌଡ଼ ଦେଖିବାକୁ ମିଳିଛି । ହସ୍ପିଟାଲର ଆଖପାଖ ଅଞ୍ଚଳ ଖାଲି କରାଯାଉଛି । ମେଲ୍‌ ଜରିଆରେ ଏହି ଧମକ ମିଳିଛି । ଚଣ୍ଡିଗଡ଼ ପୋଲିସର ଯବାନ ଏବଂ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମେଲ୍‌ରେ ଲେଖାଯାଇଛି ଯେ, କିଛି ସମୟ ଭିତରେ ମେଣ୍ଟାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ବୋମାରେ ଉଡ଼ାଇ ଦିଆଯିବ ।

Share