Categories: ଜାତୀୟ

ଫୁଲ ବଜାରରେ ବୋମା ଭର୍ତ୍ତି ବ୍ୟାଗ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୪।୧: ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରେ ଏକ ପରିତ୍ୟକ୍ତ ବ୍ୟାଗରୁ ବୋମା ମିଳିଛି। ଘଟଣାସ୍ଥଳରେ କର୍ଡନ କରାଯାଇ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌, ଦମକଳ ବାହିନୀ ଓ ଜାତୀୟ ସୁରକ୍ଷା ବଳ (ଏନ୍‌ଏସ୍‌ଜି)ଙ୍କୁ ମୁତୟନ କରାଯାଇଛି। ଏଥିଯୋଗୁ ପୂରା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ବିସ୍ଫୋରଣ ଆଇନରେ ମାମଲା ରୁଜୁ କରାଯାଇଥିବା କମିଶନର ରାକେଶ ଅସଥାନା କହିଛନ୍ତି। ତଦନ୍ତ ଚାଲିଥିବାରୁ ଏ ଘଟଣା ଉପରେ ଅଧିକ ତଥ୍ୟ ଦିଆଯାଇ ନାହିଁ।

Share