ଗଞ୍ଜାମ,୧୦।୧୧(ଡି.ଏନ୍.ଏ.): ବାର୍ହା ଶିକାର ପାଇଁ ଖଞ୍ଜା ଯାଇଥିବା ଏକ ବୋମାକୁ ଏକ ଗାଈ ଖାଇଦେବାରୁ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏହି ଘଟଣାଟି ଘଟିଛି ଗଞ୍ଜାମ ବ୍ଲକର କାଠଗଡା଼ ଅଞ୍ଚଳରେ।
ମିଳିଥିବା ସୂଚନା ମୁତାବକ, ଗୁରୁବାର ମଲାଡ଼ ପଞ୍ଚାୟତର ବାବୁ ଗୌଡ଼ଙ୍କ ଗାଈ କାଠଗଡା଼ ଅଞ୍ଚଳରେ ଏକ ପଡ଼ିଆରେ ଚରୁ ଥିବା ବେଳେ ବାର୍ହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମାକୁ କାମୁଡି ଦେବାରୁ ବୋମା ଫୁଟି ଗାଈ ମୁହଁରେ ଗଭୀର ଆଘାତ ଲାଗିଛି। ଖବରପାଇ ସ୍ଥାନୀୟ ପଶୁ ଡାକ୍ତର ବିକାଶ ଚନ୍ଦ୍ର ବେହେରା ଓ ତାଙ୍କ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ଗାଈକୁ ଚିକିତ୍ସା କରିଥିଲେ। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।