ଜୟପୁର/ତେହେରାନ,୩।୧୦ : ସୋମବାର ସକାଳେ ଇରାନରୁ ଚାଇନା ଯାଉଥିବା ବିମାନରେ ବୋମା ଥିବା ଖବର ନେଇ ଆତଙ୍କ ସୃଷ୍ଟି ହୋଇଛି। ବିମାନଟି ଦିଲ୍ଲୀର ଆକାଶ ସୀମା ଆଡକୁ ଯାଉଥିଲା। ତେବେ ବିମାନଟି ଜୟପୁର ଯିବାକୁ କୁହାଯାଇଥିବା। ଖବର ପାଇ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏହାର ପିଛା କରିଥିଲା।
ଭାରତୀୟ ସୁରକ୍ଷା ଏଜେନ୍ସି ଏହି ଇରାନ ବିମାନରେ ବୋମା ଥିବା ବିଷୟରେ ଏକ ଟ୍ରିଗର ଆଲର୍ଟ ପାଇଥିଲା। ବିମାନଟି ସେତେବେଳେ ଭାରତୀୟ ବାୟୁସେନା ମାର୍ଗ ଦେଇ ଯାଉଥିଲା।
ବିମାନଟି ଦିଲ୍ଲୀରେ ଅଟକି ନାହିଁ। ଏହା ବର୍ତ୍ତମାନ ଚାଇନା ମୁହାଁ ହୋଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ବିମାନ ଉପରେ ନଜର ରଖିଛନ୍ତି। ଦିଲ୍ଲୀ ଏଟିସି ସୂତ୍ରରୁ ପ୍ରକାଶ ଯେ ବିମାନଟି ଇରାନରୁ ଚାଇନାର ଗୁଆଙ୍ଗଝୋଉକୁ ଯାଉଥିଲା। ମହାନ ଏୟାର ବୋମା ସମ୍ପର୍କରେ ଦିଲ୍ଲୀ ବିମାନବନ୍ଦର ଏଟିସି ସହିତ ଯୋଗାଯୋଗ କରିଥିଲା। ବିମାନକୁ ତୁରନ୍ତ ଦିଲ୍ଲୀରେ ଅବତରଣ କରିବାର କୁହାଯାଇଥିଲା। ଦିଲ୍ଲୀ ଏଟିସି ବିମାନକୁ ଜୟପୁର ଯିବାକୁ ପରାମର୍ଶ ଦେଇଥିଲା କିନ୍ତୁ ବିମାନର ପାଇଲଟ ମନା କରିଥିଲେ। ଏହାପରେ ଭାରତୀୟ ବାୟୁସେନା ବିମାନର ପିଛା କରିଥିଲା।
ପଞ୍ଜାବର ଏବଂ ଯୋଧପୁର ଏୟାରବେସରୁ ଦୁଇଟି ସୁଖୋଇ ବିମାନ ଏହି ଇରାନ ବିମାନକୁ ପିଛା କରିଥିଲେ।