Posted inଜାତୀୟ

ଡିଫେନ୍ସ କଲୋନୀ ସ୍କୁଲରେ ବୋମା ଆତଙ୍କ: ଇ-ମେଲରେ ଧମକ ମିଳିବା ପରେ ପହଞ୍ଚିଲା ବମ୍‌ ସ୍କ୍ବାଡ୍‌…

ନୂଆଦିଲ୍ଲୀ,୧୨।୪ : ଦିଲ୍ଲୀର ଡିଫେନ୍ସ କଲୋନୀରେ ଥିବା ଦ ଇଣ୍ଡିଆନ ସ୍କୁଲରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ଅଭିଭାବକ ଏବଂ ପିଲାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ ଭିତରେ ଏକ ବୋମା ଲଗାଯାଇଥିବା ଧମକ ମିଳିବାରେପରେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକମାନଙ୍କୁ ଶୀଘ୍ର ଡକାଯାଇ ପିଲାଙ୍କୁ ଘରକୁ ପଠାଯାଇଥିଲା।
ଏଥି ସହିତ ବମ୍‌ ସ୍କ୍ବାଡ ମଧ୍ୟ ସ୍କୁଲରେ ପହଞ୍ଚିଥିଲା। ସ୍ଥାନୀୟ ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି। ଇ-ମେଲର ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ପୋଲିସର ସାଇବର ଟିମ ତଦନ୍ତରେ ନିୟୋଜିତ ଅଛନ୍ତି।

ବୁଧବାର ପୂର୍ବାହ୍ନ ୧୦ଟା ୪୯ରେ ବିଦ୍ୟାଳୟରେ ବୋମା ଥିବା ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା। ବିଦ୍ୟାଳୟ ପରିଚାଳନା ବୋର୍ଡ ତୁରନ୍ତ ସ୍ଥାନୀୟ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲା। କିଛି ସମୟ ପରେ ଦିଲ୍ଲୀ ପୋଲିସ କର୍ମଚାରୀ, ବମ ଡିସପୋଜାଲ ସ୍କ୍ବାଡ ଏବଂ ଡଗ ସ୍କ୍ବାଡ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟାଳୟକୁ ଖାଲି କରାଯାଇଥିଲା ଏବଂ ପରିସରରରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥିଲା, କିନ୍ତୁ କୌଣସି ବୋମା ମିଳି ନ ଥିଲା। ଜଣେ ସ୍କୁଲ ଶିକ୍ଷକ କହିଛନ୍ତି ଯେ ଏହି କାର୍ଯ୍ୟ ପଛରେ କିଛି ଦୁଷ୍ଟ ପିଲା ରହିଥାଇ ପାରନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଏହା ପ୍ରଥମ ଘଟଣା ନୁହେଁ। ଏହି ବିଦ୍ୟାଳୟରେ ଏଭଳି ଘଟଣା ପୂର୍ବରୁ ମଧ୍ୟ ୨୮ ନଭେମ୍ବର ୨୦୨୨ରେ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

”ଗାଁ ବିକାଶ ହେଲେ, ଦେଶର ବିକାଶ ହେବ”: ପ୍ରଧାନମନ୍ତ୍ରୀ

କଟକ,୩।୧: ପ୍ରଧାନମନ୍ତ୍ରୀ ଶନିବାର ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ ର ଉଦଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି...

ପାକିସ୍ତାନ ଦଶା ଭୋଗିବ ବାଂଲାଦେଶ: ଭାରତର ସାହାଯ୍ୟ ସତ୍ତ୍ୱେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ସ୍ଥିତି

ନୂଆଦିଲ୍ଲୀ,୪।୧: ଭାରତ ସହିତ ଖରାପ ସମ୍ପର୍କ ବାଂଲାଦେଶକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଖାଦ୍ୟ ଯୋଗାଣ ସଙ୍କଟ ଏବଂ ବୃଦ୍ଧି ପାଉଥିବା...

ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ

ହାଇଦ୍ରାବାଦ,୪।୧: ‘ପୁଷ୍ପା ୨: ଦି ରୁଲ୍‌’ର ପ୍ରିମିୟର ଶୋ’ ଗତ ମାସରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଚାଲିଥିବାବେଳେ ଏହାର ଅଭିନେତା ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ୟିବାରୁ...

୨୦ ହଜାର ଡଲାରର ହୀରା ଉପହାର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର...

ଦିଲ୍ଲୀରେ କୁହୁଡ଼ି: ୪୭୦ ବିମାନ ବିଳମ୍ବିତ

ନୂଆଦିଲ୍ଲୀ,୪।୧: ଉତ୍ତର ଭାରତ ସମେତ ଜାତୀୟ ରାଜଧାନୀରେ ପ୍ରବଳ ଶୀତ ଲହର ଜାରି ରହିଛି। ଏହା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଶୁକ୍ରବାର ସକାଳେ ଦିଲ୍ଲୀ...

ପିଥମ୍‌ପୁରରେ ୨ ଜଣଙ୍କ ଆତ୍ମାହୁତି ଉଦ୍ୟମ

ଧର୍‌,୪ା୧: ମଧ୍ୟପ୍ରଦେଶର ଭୋପାଳସ୍ଥିତ ୟୁନିୟନ କାର୍ବାଇଡ୍‌ ଇଣ୍ଡିଆ ଲିଃ (ୟୁସିଆଇଆଇ) କୀଟନାଶକ ପ୍ଲାଣ୍ଟରୁ ବର୍ଜ୍ୟକୁ ୧୨ଟି କଣ୍ଟେନର ଟ୍ରକ୍‌ରେ ସିଲ୍‌ କରି ୨୫୦ କି.ମି. ଦୂର...

ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୩।୧: ଚାଇନା ସୀମାନ୍ତ ଅଞ୍ଚଳରେ ୨ଟି କାଉଣ୍ଟି ସ୍ଥାପନ କରିଛି, ଯାହାର କେତେକ ଅଂଶ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆସୁଛି। ଭାରତ ଏହାର ଦୃଢ଼...

EPFO କଲା ବଡ଼ ପରିବର୍ତ୍ତନ,ଏବେ ପେନସନଭୋଗୀ ପାଇବେ ଏହି ଲାଭ…

ନୂଆଦିଲ୍ଲୀ,୩।୧: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ର ପେନ୍‌ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍‌ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri