Categories: ଜାତୀୟ

ମୁମ୍ବାଇରେ ବୋମା ଆତଙ୍କ, ଫୋନ୍‌ରେ ଧମକ…

ମୁମ୍ବାଇ,୨୦।୧୦: ମୁମ୍ବାଇ ପୋଲିସକୁ ବୁଧବାର ଜଣେ ଅଜ୍ଞାତ ବ୍ୟକ୍ତି ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ଧମକ ଦେଇଥିଲେ। ସେ ପୋଲିସ ହେଲ୍ପଲାଇନ ନମ୍ବର ୧୧୨ କୁ ଫୋନ କରି କହିଥିଲେ ଯେ ମୁମ୍ବାଇ ମହାନଗରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବୋମା ଲଗାଯାଇଛି। ଏହି ଧମକ ପାଇବା ପରେ ପୋଲିସ ସତର୍କ ହୋଇ ସୁରକ୍ଷା ବଢ଼ାଇ ଦେଇଥିଲା।

ପୋଲିସର ସୂଚନାନୁସାରେ, କଲ କରୁଥିବା ବ୍ୟକ୍ତି ଇନଫିନିଟି ମଲ ଅନ୍ଧେରୀ, ପିଭିଆର ମଲ ଜୁହୁ ଏବଂ ସାହାରା ହୋଟେଲ ବିମାନବନ୍ଦରରେ ବୋମା ଲଗାଯାଇଥିବା ନେଇ ଧମକ ଦେଇଥିଲେ। କିଛି ସମୟ ପରେ ପୋଲିସ ତିନୋଟି ସ୍ଥାନରେ ସୁରକ୍ଷା ବଢ଼ାଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ଧମକ ଦେଇଥିବା ଅଜ୍ଞାତ କଲ ପାଇଁ ତଦନ୍ତ ଜାରି ରହିଛି।

ଏହାପୂର୍ବରୁ ୨୩ ସେପ୍ଟେମ୍ବରରେ ମଧ୍ୟ ମୁମ୍ବାଇରେ ବୋମା ବିସ୍ଫୋରଣ ନେଇ ଫୋନ କଲ ମିଳିଥିଲା।୍‌ ସାଣ୍ଟା କ୍ରୁଜ ଅଞ୍ଚଳର କେତେକ ଲୋକଙ୍କୁ କଲ କରି ଧମକ ଦିଆଯାଇଥିଲା। ଏହା ପରେ ମଧ୍ୟ ମୁମ୍ବାଇ ପୋଲିସ ଆଇପିସିର ଧାରା ୫୦୬ ଅନୁଯାୟୀ ଏହି ଘଟଣାରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

 

Share