ଏଥେନ୍ସ,୨୩।୧: ପୋଲାଣ୍ଡରୁ ଗ୍ରୀସକୁ ଯାଉଥିବା ଏକ ବିମାନରେ ବୋମା ବିଷୟରେ ସୂଚନା ମିଳିବା ପରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ଗ୍ରୀକ ଏୟାରଫୋର୍ସ ଯୁଦ୍ଧ ବିମାନକୁ ପଠାଇ ବିମାନକୁ ସୁରକ୍ଷିତ ସ୍ଥାନକୁ ନେଇଥିଲା। ଏହା ପରେ ବିମାନର ଜରୁରୀ ଅବତରଣ କରାଯାଇଛି। ଏହି ବିମାନରେ ୧୯୦ ଜଣ ଯାତ୍ରୀ ଅଛନ୍ତି।
ଏୟାରଲାଇନ୍ସ କମ୍ପାନୀ ରାଇନାଏରର ଏହି ବିମାନ ପୋଲାଣ୍ଡରୁ ଗ୍ରୀସ୍ ଯାଉଥିଲା। କିଛି ସମୟ ଉଡ଼ାଣ ପରେ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା।