ଜଙ୍ଗଲରେ ଖଞ୍ଜା ଯାଇଥିଲା ବମ୍‌, ଗିଳିଦେଲା ବଳଦ; ଆଉ ତା’ ପରେ…

ପରଜଙ୍ଗ,୪।୨(ଡି.ଏନ୍‌.ଏ.): ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଖଞ୍ଜା ଯାଇଥିବା ବମ୍‌ ଖାଇ ଗୋଟିଏ ବଳଦ ଗୁରୁତର ହୋଇପଡ଼ିଛି। ଘଟଣାଟି ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ୍‌ ରେଞ୍ଜ ସୋଲଗାଁ ଜଙ୍ଗଲରେ।

ଗ୍ରାମର ଶିଖର ସାହୁଙ୍କ ବଳଦ ସୋଲଗାଁ ଗ୍ରାମ୍ୟ ଜଙ୍ଗଲକୁ ଚରିବା ପାଇଁ ଅନ୍ୟ ଗୋରୁ ସହ ଯାଇଥିଲା। କିନ୍ତୁ ଜଙ୍ଗଲରେ ପୂର୍ବରୁ ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିବା ବମ୍‌ଟିକୁ ଏହି ବଳଦଟି ଖାଇ ଦେଇଥିଲା। ଫଳରେ ବମ୍‌ଟି ବଳଦର ପାଟି ଭିତରେ ଫୁଟି ଯାଇଥିଲା। ବଳଦର ବେକ ଅଂଶଟି ସମ୍ପୂର୍ଣ୍ଣ ଉଡ଼ିଯିବା ସହ ଗୁରତର ଅବସ୍ଥାରେ ଜୀବନ ମରଣ ସହ ସଂଗ୍ରାମ କରୁଛି। ତେବେ ଶିକାରୀମାନେ ବନ୍ୟଜନ୍ତୁ ଶିକାର ପାଇଁ ବମ୍‌ ଖଞ୍ଜୁଥିବା ବେଳେ ନିରୀହ ଗାଈଗୋରୁ ଏହାର ଶିକାର ହେଉଛନ୍ତି। ତେବେ ବନ୍ୟଜନ୍ତୁ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବନବିଭାଗ କିପରି ଶିକାରୀମାନଙ୍କୁ ଧରିପାରୁନି ତାହା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି।

Share