Categories: ଜାତୀୟ

କବରସ୍ତାନରେ କରିଥିଲେ ବୋମା ପରୀକ୍ଷା: ଆଇଏସ୍‌ ଆତଙ୍କବାଦୀ ୟୁସୁଫ୍‌ଙ୍କ ଷଡ଼ଯନ୍ତ୍ର ପଡ଼ିଲା ଧରା

ନୂଆଦିଲ୍ଲୀ, ୨୫।୮: ଦିଲ୍ଲୀର ଧୋଲା କୂଆଁରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍‌ଙ୍କର ବଳରାମପୁର ଅଞ୍ଚଳ ଅନ୍ତର୍ଗତ ଭୈସାହି ଗାଁରେ ତାଙ୍କ ଘରେ ଚଢ଼ାଉ ସମୟରେ ଆକ୍ରମଣ ଘଟାଇବା ଲାଗି ଆବଶ୍ୟକ ବହୁ ସାମ୍ରଗୀ ଜବତ ହୋଇଥିଲା। ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଘରେ ବାରୁଦ ଠୁଳ କରୁଥିଲେ। କିପରି ଆକ୍ରମଣ କରାଯିବ ତାାର ପରୀକ୍ଷା ସେ ଗାଁ କବରସ୍ତାନରେ କରିଥିଲେ। ୨ ବର୍ଷ ଧରି ବାରୁଦ ଘରେ ଜମା କରି ଏହାର ପରୀକ୍ଷା ମଧ୍ୟ ସେ କରୁଥିବା ଜଣାପଡ଼ିଛି। ଆକ୍ରମଣ ପାଇଁ ୟୁସୁଫ୍‌ ସୁଯୋଗକୁ ଅପେକ୍ଷା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି। ତଦନ୍ତ ପରେ ପୋଲିସ ସ୍ପେଶାଲ ଟିମ୍‌ ୟୁସୁଫ୍‌ଙ୍କୁ ନେଇ ଦିଲ୍ଲୀ ଫେରିଛି।

Share