Categories: ଜାତୀୟ

ତାଜ୍‌ମହଲରେ ବୋମା ଆତଙ୍କ: ପର୍ଯ୍ୟଟକଙ୍କୁ ବାହାର କରାଗଲା

ଆଗ୍ରା,୪।୩: ତାଜ୍‌ମହଲରେ ବୋମା ଆତଙ୍କ ଯୋଗୁ ଏହାର ପରିସରକୁ ଖାଲି କରି ଦିଆଯାଇଛି। ପର୍ଯ୍ୟଟକଙ୍କୁୁ ସିଆଇଏସ୍‌ଏଫ୍‌ ଟିମ୍‌ ପକ୍ଷରୁ ବାହାର କରାଯାଇଛି। ପରିସରରେ ବୋମା ରହିଥିବା ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ପୋଲିସ କହିଛି। ଖବର ମିଳିବା ପରେ ସ୍ଥାନୀୟ ପୋଲିସ ସହିତ ସିଆଇଏସ୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଜ୍‌ମହଲ ବାହାରେ ପୋଲିସ ଏବଂ ଭିତରେ ସିଆଇଏସ୍‌ଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ତେବେ ପରିସରରୁ କୌଣସି ବୋମା ମିଳି ନ ଥିବା ଆଗ୍ରା ଆଇଜି ଏ. ସତୀଶ ଗଣେଶ ସୂଚନା ଦେଇଛନ୍ତି। ଫିରୋଜବାଦ୍‌ରୁ ଜଣେ ବ୍ୟକ୍ତି ଫୋନ୍‌ କରି ଏଭଳି ଖବର ଦେଇଥିଲେ। ଏହାପରେ ପୋଲିସ ଏବଂ ସିଆଇଏସ୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚରା ଜାରି ରହିଛି। ସେ ଚାକିରି ନ ପାଇ ବେକାର ଥିବାରୁ ବିରକ୍ତ ହୋଇ ଏଭଳି କରିଥିବା ଆଇଜି କହିଛନ୍ତି।

Share