Categories: ଜାତୀୟ

ମୁମ୍ବାଇ ବିମାନବନ୍ଦରକୁ ବୋମା ପକାଇ ଉଡାଇ ଦେବାକୁ ମିଳିଲା ଧମକ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨କୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଏହି ଧମକ ଇମେଲ ମାଧ୍ୟମରେ ଦିଆଯାଇଛି। ଏଥିରେ ୪୮ ଘଣ୍ଟା ମଧ୍ୟରେ ବିଟକଏନରେ ଏକ ମିଲିୟନ ଡଲାର ଦେବାକୁ ଦାବି କରାଯାଇଥିଲା।
ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସ କହିଛି, ID- quaidacasrol@gmail.com ଇମେଲ ବ୍ୟବହାର କରି ଧମକପୂର୍ଣ୍ଣ ମେଲ ପଠାଇବା ପାଇଁ ସାହାର ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସର ସୂଚନାନୁସାରେ, ଗୁରୁବାର ଦିନ ପ୍ରାୟ ୧୧ଟା ସମୟରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (MIAL) ର ଫିଡବ୍ୟାକ ଇନବକ୍ସକୁ ଏହି ଇମେଲ ପଠାଯାଇଛି।
ଧମକପୂର୍ଣ୍ଣ ଇମେଲରେ ଲେଖାଥିଲା, ବିଷୟ – ବିସ୍ଫୋରଣ। ଏହା ଆପଣଙ୍କର ବିମାନବନ୍ଦର ପାଇଁ ଶେଷ ଚେତାବନୀ। ଯଦି ବିଟକଏନ ରେ ୧ ମିଲିୟନ ଡଲାର୍‌ ଠିକଣାକୁ ସ୍ଥାନାନ୍ତରିତ ନ ହୁଏ, ତେବେ ଆମେ ୪୮ ଘଣ୍ଟା ମଧ୍ୟରେ ଟର୍ମିନାଲ ୨କୁ ଉଡ଼ାଇଦେବୁ। ୨୪ ଘଣ୍ଟା ପରେ ସତର୍କ ସୂଚନା ଆସିବ।

Share