Posted inଜାତୀୟ

ଥମୁନି ବୋମା ଧମକ, ଆଜିବି କିଛି ବିମାନକୁ ମିଳିଲା ବୋମାରେ ଉଡାଇ ଦେବାକୁ ଧମକ, ଏୟାରଲାଇନ୍ସ କହିଲା…

ନୂଆଦିଲ୍ଲୀ,୧୯।୧୦: ବିମାନକୁ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକ ଯେମିତି ବନ୍ଦ ହେଉନାହିଁ। ଶନିବାର ମଧ୍ୟ ଅନେକ ବିମାନକୁ ବୋମା ଧମକ ଦିଆଯାଇଥିଲା। ଯେଉଁ କାରଣରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ବୋମା ଧମକ ପାଇଥିବା ବିମାନ ମଧ୍ୟରୁ ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସର ଏବଂ କିଛି ବିମାନ ଆକାସା ଏୟାରର ଅଟେ। ଆକାସା ଏହି ସଂଖ୍ୟା ପ୍ରକାଶ କରିନାହାଁନ୍ତି। ଇଣ୍ଡିଗୋ ଏହି ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରି କହିଛି ଯେ ସେମାନେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

ଇଣ୍ଡିଗୋ ଏୟାରଲାଇନ୍ସ କହିଛି ଯେ ଦିଲ୍ଲୀରୁ ଇସ୍ତାନବୁଲ ଅଭିମୁଖେ 6E ବିମାନରେ ବୋମା ଧମକ ଆସିଛି। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା। ଆମେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ମିଶି କାର୍ଯ୍ୟ କରୁଛୁ ଏବଂ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛୁ। ମୁମ୍ବାଇ-ଇସ୍ତାନବୁଲ ମଧ୍ୟରେ ଚାଲୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ 6E17 ମଧ୍ୟ ଏକ ଧମକ ମିଳିଛି। ଏହା ବ୍ୟତୀତ ଯୋଧପୁରରୁ ଦିଲ୍ଲୀକୁ 6E 184 ବିମାନକୁ ମଧ୍ୟ ବୋମା ଧମକ ମିଳିଛି। ତେବେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଛି। ସମସ୍ତ ଯାତ୍ରୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଛି ଏବଂ ସୁରକ୍ଷା ଏଜେନ୍ସି ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର, ଜାଣନ୍ତୁ କେତେ ପାଇବେ ଦରମା…

ନୂଆଦିଲ୍ଲୀ,୧୯ା୧୦: ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ବାସ୍ତବରେ ରେଳ କର୍ମଚାରୀଙ୍କ ଅଭାବକୁ ଦୂର କରିବା ପାଇଁ ରେଳବାଇ...

ପଙ୍କଜା ମୁଣ୍ଡେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ…, କିଏ ଉଠାଇଲେ ଏହି ନାମ

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଆସନ ବଣ୍ଟନରେ ସମସ୍ତ ରାଜନୈତିକ ଦଳ ବ୍ୟସ୍ତ ଅଛନ୍ତି। ଏକନାଥ ଶିନ୍ଦେଙ୍କ ନାମରେ ନିର୍ବାଚନ ଲଢିିବା ପାଇଁ ଭାଜପାର...

୬ ଦିନରେ ୭୦ରୁ ଅଧିକ ବିମାନକୁ ଦିଆଗଲାଣି ବୋମା ଧମକ, ଏଥିରେ ରହିଛି…

ନୂଆଦିଲ୍ଲୀ,୧୯ା୧୦: ଏୟାରଲାଇନ୍‌ ପ୍ରତି ବିପଦ ବଢୁଛି। କିଛିଦିନ ଧରି ଲଗାତର ବିମାନକୁ ବୋମା ଧମକ ମିଳୁଛି। ଶନିବାର ୫ଟି ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ...

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ ମିଳୁଛି। ଶନିବାର ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କିଛି ବିମାନ ଆକାସା...

ରାଜନୀତିରେ ଏଣ୍ଟ୍ରି କଲେ ଜିତନ ରାମ ମାଂଝିଙ୍କ ବୋହୂ

ପାଟନା,୧୯।୧୦: ନଭେମ୍ବର ୧୩ରେ ବିହାରର ଚାରୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବେଲାଗଞ୍ଜ ଏବଂ ଇମାମଗଞ୍ଜ ସିଟ ଗୟା ଜିଲାର ଅଟେ।...

ଜେଏମଏମ-କଂଗ୍ରେସ ମଧ୍ୟରେ ହେଲା ଆସନ ବୁଝାମଣା, ବାମଦଳ ପାଇଁ ଛାଡିଲେ ୧୧ ଆସନ

ରାଞ୍ଚି,୧୯।୧୦: ଇଣ୍ଡିଆ ମେଣ୍ଟ ଅନ୍ତର୍ଗତ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ବାମ ଦଳ ଏକାଠି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍‌ ରହିଛି…

ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର...

ବିମାନରେ ବୋମା ଅଛି… ଏମିତି ଏକ ମିଛ କଲ ପାଇଁ ଖର୍ଚ୍ଚ ହୋଇଥାଏ ୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଗତ କିଛି ଦିନ ହେବ ଦେଶରେ କେତେଜଣ ଅଜଣା ଅପରାଧୀ ବିମାନରେ ବୋମା ଲଗାଯାଇଥିବା ମିଥ୍ୟା କଲ କରି ବିମାନ କମ୍ପାନୀଗୁଡିକ ପାଇଁ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri