Categories: ଜାତୀୟ

ଫ୍ଲାଇଟ୍‌ରେ ବୋମା, ବିମାନ ବନ୍ଦରକୁ ଆସିଲା ମେଲ୍‌

ନୂଆଦିଲ୍ଲୀ, ୧୮।୬: ରାଜଧାନୀ ଦିଲ୍ଲୀରୁ ମୁମ଼୍ବାଇ ଯିବାକୁ ଥିବା ଏକ ବିମାନରେ ବୋମା ଥିବା ନେଇ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି । ଜୁନ୍‌ ୧୭ ତାରିଖ ଅର୍ଥାତ ସୋମବାର ସକାଳ ୯.୩୫ ମିନିଟ୍‌ରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଏକ ମେଲ୍‌ ଆସିଥିଲା । ଏଥିରେ ଦିଲ୍ଲୀ-ଦୁବାଇ ଫ୍ଲାଇଟ୍‌ରେ ବୋମା ରହିଥିବା ଲୋଖା ଯାଇଥିଲା । ମେଲ୍‌ ପାଇବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ବିମାନ ଚେକ୍‌ କରାଇଥିଲେ । ହେଲେ ଏଥିରୁ କୋଣସି ବି ବିପଦଜନକ ବସ୍ତୁ ମିଳିନଥିଲା ।

ସୂଚନା ଥାଉକି ଗତ ସପ୍ତାହରେ ଦିଲ୍ଲୀର କିଛି ମ୍ୟୁଜିୟମ୍‌ରେ ବୋମା ରହିଥିବା ଧମକପୂର୍ଣ୍ଣ ମେଲ୍‌ ଆସିଥିଲା । ଏହାପରେ ପୋଲିସ୍‌ ଆଲର୍ଟ ମେଡ୍‌କୁ ଆସି ଏହାର ଯାଞ୍ଚ କରିଥିଲା । କିନ୍ତୁ ଏହା ମିଛ ବୋଲି ପୋଲିସ୍‌ ଜଣାଇଥିଲା । ଅନ୍ୟପଟେ ଦିଲ୍ଲୀର ଶିକ୍ଷାନୁଷ୍ଠାନ ଏବଂ ଡାକ୍ତରଖାନାଗୁଡ଼ିକରେ ବୋମା ଆତଙ୍କ ନେଇ ବାରମ଼୍ବାର ଖବର ସାମ୍ନାକୁ ଆସୁଛି । ଦିଲ୍ଲୀ ଏନ୍‌ସିଆରର ପାଖାପାଖି ଅଞ୍ଚଳରେ ଥିବା ୧୦୦ ସ୍କୁଲକୁ ବୋମା ନେଇ ଧମକ ପୂର୍ବରୁ ଆସିସାରିଛି । ବାରମ଼୍ବାର ଏପରି ଧମକପୂର୍ଣ୍ଣ ମେଲ୍‌ ଆସୁଥିବାରୁ ଦିଲ୍ଲୀ ପୋଲିସ୍‌ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

Share