Categories: ଜାତୀୟ

କେରଳ ସିପିଆଇ(ଏମ) କାର୍ଯ୍ୟାଳୟ ଉପରେ ବୋମା ମାଡ

ଥିରୁଭାନନ୍ତପୁରମ,୧ ।୭: କେରଳର ଥିରୁଭାନନ୍ତପୁରମରେ ଥିବା ସିପିଆଇ(ଏମ) ମୁଖ୍ୟାଳୟ ଉପରେ ବୋମା ମାଡ ହୋଇଛି । ବାଇକରେ ଆସି ଜଣେ ବ୍ୟକ୍ତି ଏହି ବୋମା ମାଡ କରି ଫେରାର ହୋଇଯାଇଥିବା ଜଣାପଡିଛି । ଏହି ଖବର ମିଳିବା ପରେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି । ଗୁରୁବାର ବିଳମ୍ବିତ ରାତରେ ଏହି ଘଟଣା ଘଟିଥିବା ଜଣାପଡିବା ପରେ ମୁଖ୍ୟାଳୟ ନିକଟରେ ସିପିଆଇ(ଏମ) କର୍ମୀଙ୍କ ଭିଡ ପରିଲକ୍ଷିତ ହୋଇଛି ।
ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା କୁହାଯାଇଛି । ସିସିଟିଭି ଫୁଟେଜ ଅନୁଯାୟୀ, ଗୁରୁବାର ରାତିରେ ଜଣେ ବ୍ୟକ୍ତି ବାଇକରେ ଆସି ସିପିାଆଇ(ଏମ) ମୁଖ୍ୟାଳୟ ନିକଟରେ ବୁଲିବା ସହ ନିଜ ହାତରେ ଏକ ବୋମାଧରି କାର୍ଯ୍ୟାଳୟ ବିଲଡିଂ ଉପରକୁ ପକାଉଥିବା ଦେଖାଯାଇଛି । ଏହାସହ ସେ ସେଠାରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି ।

Share