ସଲମାନଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୨।୪: ବମ୍ବେ ହାଇକୋର୍ଟ ପକ୍ଷରୁ ସଲମାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଅଭିନେତାଙ୍କ ବିରୋଧରେ୨୦୧୯ରେ ହୋଇଥିବା ଏକ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରି ଦେଇଛନ୍ତି। କିସି କା ଭାଇ କିସି କା ଜାନ ଆକ୍ଟରଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ, କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଜୁଡିଶିଆଲ ପ୍ରୋସେସକୁ କେବଳ ଏଇଥିପାଇଁ ଅନାବଶ୍ୟକ ଉତ୍ପିଡନର ଜରିଆ ବୋଲି ଉଚିତ ନୁହେଁ କି ଅଭିଯୁକ୍ତ ଜଣେ ସେଲିବ୍ରିଟି।
ସୂଚନାଯୋଗ୍ୟ, ସଲମାନଙ୍କ ବିରୋଧରେ ୨୦୧୯ରେ ଜଣେ ଖବରଦାତା ଅଶୋକ ପାଣ୍ଡେ ଡରାଇବା ଓ ଧମକାଇବା ଅଭିଯୋଗ ସହ ମାମଲା ଦାୟର କରିଥିଲେ।

Share