Categories: ଜାତୀୟ

ଏନସିପି ନେତା ନଓ୍ବାଜ ମଲିକଙ୍କୁ ବମ୍ବେ ହାଇକୋର୍ଟରୁ ଝଟକା, ଜାମିନ ଆବେଦନ ଖାରଜ

ମୁମ୍ବାଇ,୧୩।୭: ବମ୍ବେ ହାଇକୋର୍ଟ ଏନସିପି ନେତା ନଓ୍ବାଜ ମଲିକଙ୍କ ଜାମିନ ଆବେଦନକୁ ଗୁରୁବାର ଖାରଜ କରି ଦେଇଛନ୍ତି। ମେଡିକାଲ ଗ୍ରାଉଣ୍ଡରେ ସେ ଜାମିନ ଆବେଦନ କରିଥିଲେ। ପୂର୍ବରୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାଜ ମଲିକ ମନି ଲଣ୍ଡରିଂ ମାମଲାରେ ଜେଲରେ ଅଛନ୍ତି।

ସୁଚନାଯୋଗ୍ୟ, ଏନସିପି ନେତା ଏବେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ଏବଂ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମେଡିକାଲ ଗ୍ରାଉଣ୍ଡ ଦର୍ଶାଇ ସେ କୋର୍ଟରେ ଏକ ପିଟିସନ ଦାଖଲ କରି ଜାମିନ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ସେ କିଡନୀ ରୋଗରେ ପୀଡିତ ହେବା ସହିତ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ରହିଛି।
ମେଡିକାଲ ଗ୍ରାଉଣ୍ଡରେ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଜଷ୍ଟିସ ଅନୁଜା ପ୍ରଭୁଦେଶାଇଙ୍କ ଏକକ ବେଞ୍ଚ କହିଛନ୍ତି ଯେ ଦୁଇ ସପ୍ତାହ ପରେ ଯୋଗ୍ୟତା ଅନୁଯାୟୀ ତାଙ୍କ ଜାମିନ ଆବେଦନ ଶୁଣାଣି ହେବ। ମଲିକଙ୍କ ଓକିଲ ଅମିତ ଦେଶାଇ କହିଛନ୍ତି ଯେ ଗତ ଆଠ ମାସ ଧରି ମଲିକଙ୍କ ଅବସ୍ଥା ବିଗିଡି ଯାଇଛି ଏବଂ ସେ କିଡନୀ ରୋଗର ଦ୍ୱିତୀୟ ଓ ତୃତୀୟ ଷ୍ଟେଜରେ ଅଛନ୍ତି।

Share