Categories: ଜାତୀୟ

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୨।୬: ସୋମବାର ବମ୍ବେ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ମାମଲାରେ ଗୁଜରାଟ କୋର୍ଟରେ ହାଜର ହେବା ପାଇଁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଅବଧିକୁ କୋର୍ଟ ଅଗଷ୍ଟ ୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାହୁଲ ଗାନ୍ଧୀ ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏନେଇ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା।

ଜଷ୍ଟିସ ଏସ.ଭି କୋଟୱାଲଙ୍କ ଏକକ ବେଞ୍ଚ ଗାନ୍ଧୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖିଛି। ଜଷ୍ଟିସ କୋଟୱାଲ କହିଛନ୍ତି ଯେ ପୂର୍ବରୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ସହାୟତା ଅଗଷ୍ଟ ୨ ପର୍ଯ୍ୟନ୍ତ ଜାରି ରହିବ।

Share