ଜଗବନ୍ଧୁ ସାହିରେ ବୋମାମାଡ଼

ବ୍ରହ୍ମପୁର,୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। କେତେଜଣ ଦୁର୍ବୃତ୍ତ ପ୍ରଶାନ୍ତ ନାୟକଙ୍କ ଘର ଉପରକୁ ବୋମା ଫିଙ୍ଗିବାରୁ ପ୍ରଶାନ୍ତଙ୍କ ଅଗଣାରେ ୨ଟି ବୋମା ଫୁଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ ପରିବାର ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ଏଥିରେ କେହି ଆହତ ହୋଇନାହାନ୍ତି। ଖବରପାଇ ପୋଲିସ ସେଠାରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ଫୁଟିଥିବା ବୋମାର ଟୁକୁଡ଼ା ଜବତ କରିଥିଲା। ଏହି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ଜଣଙ୍କୁ ଧରିଛି। ସେମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Share