ବ୍ରହ୍ମପୁର ଅଫିସ,୧୮ା୩ : ଗତ ୧୫ତାରିଖ ବିଳମ୍ବିତ ରାତିରେ ଦଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗାଁରେ ବୋମାମାଡ଼ ହୋଇଥିଲା। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲ। ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଏବେ ବି ଅନେକ ଅପରାଧୀ ଗ୍ରାମରେ ବୁଲୁଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ନିମଖଣ୍ଡି ଥାନା ଘେରାଉ କରିଛନ୍ତି। ପୋଲିସ ଗୋଟିଏ ଗୋଷ୍ଠୀର କେତେକ ଅପରାଧୀଙ୍କୁ ଗିରଫ କରିଛି। ଅନ୍ୟ ଗୋଷ୍ଠୀର ଅପରାଧୀଙ୍କୁ ଗିରଫ ପାଇଁ ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ଅପରାଧୀଙ୍କୁ ଗିରଫ କରାଯିବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସେମାନେ ନିବେଦନ କରିଛନ୍ତି। ଘଟଣାର ତଦନ୍ତ ପରେ ମାମଲା ରୁଜୁ ହେବ ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର କହିଛନ୍ତି ।