ଆର୍ଟ ସ୍କୁଲ୍‌ ଉପରେ ବୋମାବର୍ଷା, ୪୦୦ ଛାତ୍ରୀଛାତ୍ର-ଲୋକେ ଆଶ୍ରୟ ନେଇଥିଲେ…

ମସ୍କୋ/କ୍ୱିଭ୍‌,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। କିଛି ଦିନ ତଳେ ରୁଷିଆ ଯୁଦ୍ଧ ବିମାନ ମାରିଆପୋଲର ଡ୍ରାମା ଥିଏଟର ଉପରେ ବୋମା ବର୍ଷା କରିଥିଲା। ପୁଣି ଏବେ ମାରିଆପୋଲ ସହରର ଏକ ଆର୍ଟ ସ୍କୁଲରେ ରୁଷିଆ ଯୁଦ୍ଧ ବିମାନ ପୁଣି ଏୟାର ଷ୍ଟ୍ରାଇକ୍‌ କରିଛି।

ଏହି ଆର୍ଟ ସ୍କୁଲରେ ଛାତ୍ରୀଛାତ୍ରଙ୍କ ସମେତ ୪୦୦ ସାଧାରଣ ଲୋକେ ଆଶ୍ରୟ ନେଇଥିଲେ। ସ୍କୁଲରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ପୂର୍ବରୁ ଧ୍ୱଂସ ହୋଇଥିବା ଥିଏଟରର ମାଟି ଗଦା ତଳୁ ପ୍ରାୟ ୧୧୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ପାରି ନାହିଁ। ଏପରିସ୍ଥଳେ ଆର୍ଟ ସ୍କୁଲରେ ବୋମାବର୍ଷା ହେବା ଦ୍ୱାରା ମୃତାହତଙ୍କ ସଂଖ୍ୟା ପୁଣି ବଢ଼ିବାର ଆଶଙ୍କା ଦେଖା ଦେଇଛି।

Share