ଇସଲାମାବାଦ,୧୧ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ଙ୍କ ବାସଭବନ ଉପରକୁ ବୋମାମାଡ଼ ହୋଇଛି। ଲାହୋରସ୍ଥିତ ତାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ଟି ପେଟ୍ରୋଲ ବୋମା ମାଡ଼ କରିଛନ୍ତି। ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ପ୍ରବଳ ଉତ୍ତେଜନା ଲାଗିରହିଛି।
ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ପାର୍ଟିର ୫୦୦ରୁ ଅଧିକ ଆନ୍ଦୋଳନକାରୀ ବୁଧବାର ସକାଳେ ପ୍ରଧାନମନ୍ତ୍ରୀଙ୍କ ମଡେଲ ଟାଉନ ଲାହୋର ବାସଭବନରେ ପହଞ୍ଚି ସେଠାରେ ଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସେମାନେ ପ୍ରିମିୟର ଘର ଭିତରେ ପେଟ୍ରୋଲ ବୋମା ମଧ୍ୟ ଫିଙ୍ଗିଥିଲେ। ବର୍ତ୍ତମାନ ଦେଶବ୍ୟାପୀ ହିଂସା ଲାଗିରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିସାରିଲାଣି।