Categories: ଜାତୀୟ

ଧର୍ମାନ୍ତରୀକରଣ ସନ୍ଦେହରେ ବୋମା ମାଡ଼

ନୀମୁଚ୍‌(ଏମ୍‌ପି), ୩।୧୦: ମଧ୍ୟପ୍ରଦେଶର ନୀମୁଚ୍‌ ଜିଲା ଅଧୀନ ଜଓ୍ବାଦ ତହସିଲ ଅଞ୍ଚଳରେ ଧର୍ମାନ୍ତରୀକରଣ ସନ୍ଦେହରେ କିଛି ମୁଖା ପିନ୍ଧା ବ୍ୟକ୍ତି ଭଙ୍ଗାରୁଜା କରିଛନ୍ତି। ଏପରି କି ସମ୍ପୃକ୍ତ ଧର୍ମସ୍ଥାନ ଉପରେ ବିସ୍ଫୋରଣ ଘଟାଇଛନ୍ତି। ବିସ୍ଫୋରଣ ଯୋଗୁ ଧର୍ମସ୍ଥାନ ଭାଙ୍ଗିରୁଜି ଯାଇଛି। ଆକ୍ରମଣରେ ପୂଜକ ଏବଂ ଜଣେ ଭକ୍ତ ଆହତ ହୋଇଛନ୍ତି। ଉକ୍ତ ପୀଠରେ ହିନ୍ଦୁମାନଙ୍କୁ ଇସ୍‌ଲାମ ଧର୍ମକୁ ପରିବର୍ତ୍ତନ କରାଯାଉଥିବା ଆକ୍ରମଣକାରୀମାନେ ଅଭିଯୋଗ କରିଛନ୍ତି। ଶନିବାର ବିଳମ୍ବିତ ରାତି ଏହି ଆକ୍ରମଣ ହୋଇଥିଲା। ଆହତ ଭକ୍ତ ଅବଦୁଲ ରଜାକ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨୪ ଜଣ ଅଜଣା ଆକ୍ରମଣକାରୀଙ୍କ ବିରୋଧରେ ଆହତ ପୂଜକ ନୂର୍‌ ବାବା ଥାନାରେ ଏତଲା ଦେଇଛନ୍ତି।

Share