ବିଗ୍‌ ବି’ଙ୍କ ବଙ୍ଗଳାରେ ବୋମା, ପୋଲିସ କଣ୍ଟ୍ରୋଲ ରୁମକୁ ଅଜଣା କଲ୍‌…

ମୁମ୍ବାଇ,୭।୮: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ରହିଛି। ଏନେଇ ଏକ ଫୋନ କଲ ଆସିବା ପରେ ପୋଲିସ କଣ୍ଟ୍ରୋଲ ରୁମ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୁମ୍ବାଇର ଚାରିଟି ସ୍ଥାନରେ ବୋମା ଲଗାଯାଇଥିବା ଧମକ ଦେଇ ଶୁକ୍ରବାର ରାତିରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଅଜଣା ଫୋନ କଲ ଆସିଥିଲା। ସହରର ତିନୋଟି ପ୍ରମୁଖ ରେଳ ଷ୍ଟେସନରେ ଏବଂ ବୋମା ଲଗାଯିବା ସମ୍ପର୍କରେ ଫୋନ୍‌ରେ ସୂଚନା ଦିଆଯାଇଥିଲା। କଲ୍‌ ପାଇବା ପରେ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ତେବେ ଅନୁସନ୍ଧାନ ବେଳେ ଏହି କଲ ମିଛ ବୋଲି ଜଣାପଡିଛି। ବର୍ତ୍ତମାନ ପୋଲିସ କିଏ ଫୋନ୍‌ କରିଥିଲେ ଏବଂ କେଉଁଠାରୁ ଫୋନ୍‌ଟି ଆସିଥିଲା ସେ ନେଇ ଖୋଳତାଡ ଆରମ୍ଭ କରିଛି।
ତେବେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଜଣା ବ୍ୟକ୍ତ୍‌ିଙ୍କର କୌଣସି ସନ୍ଧାନ ମିଳିନାହିଁ। କଲ କହିଥିଲେ ଯେ, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସଏମଟି), ବାଇକୁଲ୍ଲା, ଦାଦର ରେଳ ଷ୍ଟେସନ ସହିତ ଜୁହୁଠାରେ ଥିବା ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ଲଗାଯାଇଛି। କଲ ପାଇବା ପରେ ପୋଲିସ ରେଳ ସୁରକ୍ଷା ଟିମ୍‌ ସହିତ ବମ ଡିସପୋଜାଲ ସ୍କ୍ବାଡ, ସନ୍ଧାନୀ କୁକୁର ସହାୟତାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

Share