ବେଙ୍ଗାଲୁରୁ, ୭।୯ : ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁରେ ଆସିଥିବା ବନ୍ୟାକୁ ନେଇ ଶାସକ ଭାଜପା ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ସିଲିକନ ସିଟି ବେଙ୍ଗାଲୁରରେ ବନ୍ୟା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ପୂର୍ବ କଂଗ୍ରେସ ସରକାରଙ୍କୁ ଦାୟୀ କରିଥିଲେ।
ଏହା ପରେ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ବୋମ୍ମାଇଙ୍କୁ କ୍ଷମତା ଛାଡି ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଆହ୍ବାନ ଦେଇଛନ୍ତି। ତୁମେ କ୍ଷମତା ଛଡ଼ିଲେ ଆମେ ଶାସନକୁ ଆସିଲେ ବନ୍ୟା ସମସ୍ୟାର ସମାଧାନ କରିଦେବୁ। ଅପରପକ୍ଷରେ ବୋମ୍ମାଇ ବୁଧବାର ବନ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିଥିଲେ।