Categories: ବାଣିଜ୍ୟ

ବିଓଏମ୍‌ର ୩ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୧୮।୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବିଓଏମ୍‌ର ନେଟ୍‌ ସୁଧ ଆୟରେ ବୃଦ୍ଧି ଘଟି ୧୩୮.୭୬% ଅଭିବୃଦ୍ଧି ହାରରେ ୭୭୫ କୋଟି ଟଙ୍କାର ନେଟ୍‌ ଲାଭ ହାସଲ କରିଛି। ବିଶେଷକରି ଜମା କ୍ଷେତ୍ରରେ ବ୍ୟାଙ୍କ ଡିସେମ୍ବର ଶେଷ ସୁଦ୍ଧା ୧୨% ଅଭିବୃଦ୍ଧି ହାରରେ ୧,୫୬,୯୬୨ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ବ୍ୟାଙ୍କର ପରିଚାଳନାଗତ ଲାଭରେ ୩୫.୯୪% ବୃଦ୍ଧି ଘଟି ୧,୫୮୦ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୧,୧୬୨କୋଟି ଟଙ୍କା ଥିଲା। ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର ୧୭.୫୩% ରହିଛି। ବ୍ୟାଙ୍କର ନେଟ୍‌ ସୁଧ ଆୟ ୨୯.୬୫% ଅଭିବୃଦ୍ଧି ହାର ହାସଲକରି ୧,୯୮୦ କୋଟି ଟଙ୍କାରେ ପହଞ୍ଚତ୍ପାରିଛି,ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୧,୫୨୭ କୋଟି ଟଙ୍କା ଥିଲା। ବ୍ୟାଙ୍କର ସମୁଦାୟ ଆୟ ଡିସେମ୍ବର ଶେଷ ସୁଦ୍ଧା ୪,୭୭୦ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୩,୮୯୩ କୋଟି ଟଙ୍କା ରହିଥିଲା। ସେହିପରି ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ ୪.୭୩% ରୁ ହ୍ରାସ ପାଇ ୨.୯୪% ରେ ପହଞ୍ଚଛି। ବ୍ୟାଙ୍କର ନେଟ୍‌ ଏନ୍‌ପିଏ କିମ୍ବା ଅନାଦେୟ ଋଣ ୧.୨୪ % ରୁ ହ୍ରାସ ପାଇ ୦.୪୭% ରେ ପହଞ୍ଚଛି।

Share