Categories: ବାଣିଜ୍ୟ

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୯।୪: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ୪ର୍ଥ ତ୍ରୈମାସରେ ବିଓଏମ୍‌ ମୋଟ ୮୪୦ କୋଟି ଟଙ୍କାର ନେଟ୍‌ ଲାଭ ହାସଲ କରିଛି ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଙ୍କର ସମୁଦାୟ ବ୍ୟବସାୟ ୨୧.୨୩% ଅଭିବୃଦ୍ଧି ହାରରେ ୪,୦୯,୨୦୨ କୋଟି ଟଙ୍କାରେ ପହଞ୍ଚତ୍ଛି। ବିଓଏମ୍‌ର ଗ୍ରସ୍‌ ଅଗ୍ରିମ ୨୯.୪୯% ହାରରେ ୧,୭୫,୧୨୦ କୋଟି ଟଙ୍କା ଓ ସମୁଦାୟ ଜମା ୧୫.୭୧% ଅଭିବୃଦ୍ଧି ହାରରେ ୨,୩୪,୦୮୩ କୋଟି ଟଙ୍କାରେ ମଧ୍ୟ ପହଞ୍ଚତ୍ଛି। ବ୍ୟାଙ୍କର ସମୁଦାୟ ଆୟ ୫,୩୧୭ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୩,୯୪୯ କୋଟି ଟଙ୍କା ଥିଲା। ବ୍ୟାଙ୍କର ସୁଧ ଆୟ ୪,୪୯୫ କୋଟି ଟଙ୍କାରେ ପହଞ୍ଚତ୍ପାରିଛି, ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୩,୪୨୬ କୋଟି ଟଙ୍କା ଥିଲା। ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ଏସ୍‌.ରାଜୀବ କହିଛନ୍ତି, ମାର୍କେଟ ନିୟାମକ ସେବିର ନିୟମାବଳୀ ଅନୁସାରେ ଏମ୍‌ପିଏସ୍‌କୁ ପୂରଣ କରିବା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ ତ୍ରୈମାସରେ ବ୍ୟାଙ୍କର ଶେୟାର ମାଧ୍ୟମରେ ୧,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛି।

Share