ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭିତରେ ସମ୍ପର୍କ କେମିତି ବୋଲି ପ୍ରଶଂସକମାନେ ଜାଣିବାକୁ ଚାହିଁଛନ୍ତି। ପଡ଼ିଆରେ ସେମାନଙ୍କ ମଧ୍ୟରେ କେମିତି ସମ୍ପର୍କ ଥାଏ ଏମିତି ସୋସିଆଲ ମିଡିଆରେ କୋହଲିଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି ପ୍ରଶଂସକ। ତେବେ କୋହଲି ଏହାର ଉତ୍ତର ରଖିଛନ୍ତି। କେବଳ ଦୁଇଟି ଶବ୍ଦରେ ସେ ଧୋନୀଙ୍କ ସହ ସମ୍ପର୍କ କେମିତି ପ୍ରଶଂସକମାନଙ୍କୁ ବୁଝାଇଛନ୍ତି।
କୋହଲି ନିଜ ଇନ୍ଷ୍ଟାଗ୍ରାମରେ ପ୍ରଶଂସକମାନଙ୍କ ଉତ୍ତର ରଖିଥିଲେ। ଜଣେ ପ୍ରଶଂସକ କୋହଲିଙ୍କୁ ଧୋନୀଙ୍କ ସହ ତାଙ୍କର କେମିତି ସମ୍ପର୍କ ବୋଲି ପଚାରିଥିଲେ। ଏହାର ଉତ୍ତରରେ ଧୋନୀ ଲେଖିଥିଲେ, ବିଶ୍ୱାସ ଆଉ ସମ୍ମାନ।
କୋହଲି ଧୋନୀଙ୍କୁ ପ୍ରଶଂସା କରି କହିଛନ୍ତି, ସେ ଧୋନୀଙ୍କ ପାଇଁ ଅଧିନାୟକ ପରି ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ମୁଁ ସବୁବେଳେ ଦାୟିତ୍ୱ ନେବାକୁ ଚାହୁଁଥିଲି। ଏହା ପରେ ଧୋନୀ ମୋତେ ଏହି ଗୁରୁଦାୟିତ୍ୱ ଦେଇଥିଲେ। ମୁଁ ଭାବୁଛି ମୋ’ ପ୍ରତି ତାଙ୍କର ଆତ୍ମବିଶ୍ୱାସ ବଢ଼ିଥିଲା, ଆଉ ସେ ମୋତେ ଏତେ ବଡ଼ ଦାୟିତ୍ୱ ଦେଇଥିଲେ କି ଯାହାକୁ ମୁଁ କରିପାରିବି। ୨୦୦୮ରେ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି କରିଥିଲେ କୋହଲି। ଧୋନୀଙ୍କ ଅଧିନାୟକତ୍ୱ ସମୟରେ ସେ ନିଜକୁ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇଥିଲେ।