ମୁମ୍ବାଇ: ଆଜି ବଲିଉଡ୍ର ସୌନ୍ଦର୍ଯ୍ୟ ରାଣୀ ଶ୍ରୀଦେବୀଙ୍କ ୫ମ ମୃତ୍ୟୁ ବାର୍ଷିକୀ। ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀ ଦୁନିଆରୁ ବିଦାୟ ନେଇଥିଲେ। ଫିଲ୍ମ ଜଗତରେ ଶ୍ରୀଦେବୀଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ତାଙ୍କର ଅନୁପସ୍ଥିତି କେବେ ବି ପୂରଣ ହୋଇପାରିବ ନାହିଁ। ବିଶେଷକରି ତାଙ୍କ ସ୍ବାମୀ ବୋନି କପୁରଙ୍କ ପାଇଁ ଶ୍ରୀଦେବୀଙ୍କ ବିଦାୟ ତାଙ୍କୁ ପ୍ରତି ମୁହୂର୍ତ୍ତରେ ବିଚଳିତ କରୁଛି। ବୋନି ଶ୍ରୀଦେବୀଙ୍କ ମୃତ୍ୟୁ ବାର୍ଷିକୀରେ ଏକ ଭିଡିଓ ପୁନଃ ରିଟୁଇଟ୍ କରିଛନ୍ତି। ଯେଉଁଥିରେ ଶ୍ରୀଦେବୀଙ୍କ ସ୍ମୃତି ରହିଛି।
ବୋନି ଏବଂ ଶ୍ରୀଦେବୀ ପରସ୍ପରକୁ ବହୁତ ଭଲ ପାଉଥିଲେ। ଉଭୟଙ୍କ ବିବାହ ୧୯୯୬ରେ ହୋଇଥିଲା। ବୋନିଙ୍କ ଦୁନିଆ କହିଲେ ଶ୍ରୀ। ସେ ତାଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ଏପରି ପରିସ୍ଥିତିରେ ଯେତେବେଳେ ଶ୍ରୀଦେବୀ ହଠାତ୍ ତାଙ୍କୁ ଛାଡ଼ି ଚାଲିଗଲେ, ସେତେବେଳେ ସେ ବହୁତ ଭାଙ୍ଗି ପଡ଼ିଥିଲେ। ଆଜି ଶ୍ରୀଦେବୀଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଛନ୍ତି ବୋନି।