ଅଭିନେତ୍ରୀ ପିଠିରେ ଲେଖିଥିଲେ ସ୍ବାମୀଙ୍କ ନାମ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ଆଉ ଦୁନିଆରେ ନାହାନ୍ତି ସତ, ହେଲେ ପ୍ରଶଂସକଙ୍କ ହୃଦୟରେ ଆଜି ବି ସେ ଜୀବିତ ଅଛନ୍ତି। ଦୁଇ ଝିଅଙ୍କ ସହ ସ୍ବାମୀ ବୋନି କପୁର ସର୍ବଦା ତାଙ୍କୁ ମନେ ପକାଉଛନ୍ତି। ଶ୍ରୀଦେବୀଙ୍କ ସହ ପୁରୁଣା ଦିନକୁ ମନେ ପକାଇ ସମସ୍ତେ ଫଟୋ ଶେୟାର କରିଥାନ୍ତି। ନିକଟରେ ସେଭଳି ଏକ ଫଟୋ ଭାଇରାଲ ହେଉଛି।

ପ୍ରଯୋଜକ ବୋନି ଶେୟାର କରିଥିବା ଫଟୋଟି ୨୦୧୨ର ଦୂର୍ଗା ପୂଜା ସମୟର। ଲକ୍ଷ୍ନୌରେ ଏହି ଉତ୍ସବ ପାଳନ କରୁଥିବା ବେଳେ ଶ୍ରୀଦେବୀ ଶାଢ଼ି ପିନ୍ଧିଛନ୍ତି। ସେ ନିଜ ଗାଲ ଏବଂ ମୁଣ୍ଡରେ ସିନ୍ଦୁର ଲଗାଇଛନ୍ତି। ତାଙ୍କ ପିଠିରେ ସିନ୍ଦୁରରେ ବୋନି ଲେଖାଯାଇଥିବା ଦେଖାଯାଉଛି।

ବୋନି ଫଟୋକୁ ଶେୟାର କରିବା ମାତ୍ରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଚାନ୍ଦିନୀଙ୍କୁ ଲୋକେ ମନେ ପକାଉଥିବା କହୁଥିବା ବେଳେ ସେ ଆଉ ଦୁନିଆରେ ନ ଥିବା ବିଶ୍ୱାସ କରିହେଉନାହିଁ ବୋଲି କିଛି କହିଛନ୍ତି।

ତେବେ ୧୯୯୬ ଜୁନ୍‌ ୨ରେ ବୋନି ଶ୍ରୀଦେବୀଙ୍କୁ ବିବାହ କରିଥିଲେ। ଏହା ବୋନିଙ୍କ ଦ୍ୱିତୀୟ ବିବାହ ଥିଲା। ପୂର୍ବ ସ୍ତ୍ରୀ ମୋନା ଶୌରୀଙ୍କଠାରୁ ତାଙ୍କର ଦୁଇ ସନ୍ତାନ ଅର୍ଜୁନ କପୁର ଏବଂ ଅଂଶୁଳା କପୁର ଅଛନ୍ତି।

ବୋନି ଲୋକପ୍ରିୟ ପ୍ରଯୋଜକ ଥିବା ବେଳେ ଆଗାମୀ ଦିନରେ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି। ରଣବୀର କପୁର, ଶ୍ରଦ୍ଧା କପୁର ଏବଂ ଡିମ୍ପଲ କପାଡିଆଙ୍କ ସହ ସେ ସ୍କ୍ରିନ୍‌ ଶେୟାର କରିବେ।

Share