ବଲିଉଡ୍‌ରେ ଡେବ୍ୟୁ କରିବେ ଖୁସି କପୁର!

ମୁମ୍ବାଇ: ବିଟାଉନରେ ଚଳିତ ବର୍ଷ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ କିଡ୍ସ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି । ସେଥିମଧ୍ୟରୁ ସମସ୍ତଙ୍କ ଆଗରେ ରହିଛନ୍ତି ବୋନି କପୁର ଓ ଶ୍ରୀଦେବୀଙ୍କ ଲାଡଲି ଖୁସି କପୁର । ସେ କୁଆଡେ ଯୋୟା ଅଖତରଙ୍କ ସହ ଡେବ୍ୟୁ କରିବେ ବୋଲି ଜଣାପଡିଛି । ଏହାସହ ଶାହାରୁଖ ଖାଁଙ୍କ ଝିଅ ସୁହାନା ଓ ଅମିତାଭ ବଚ୍ଚନଙ୍କ ନାତି ଚଳିତ ବର୍ଷ କୁଆଡେ ଏକାଠି ଡେବ୍ୟୁ କରିବେ ବୋଲି କୁହାଯାଉଛି । ହେଲେ ଏହା କେତେ ସତ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ଖୁସିଙ୍କ ଡେବ୍ୟୁକୁ ନେଇ ବୋନି କହିଛନ୍ତି, ଖୁସି ଫିଲ୍ମରେ ଡେବ୍ୟୁ କରିବା କଥା ମୁଁ ଶୁଣିନି । ଯଦି ଆପଣମାନେ ଶୁଣିଥିବେ ତେବେ ତାହା ଭୁଲ ବୋଲି ସେ କହିଛନ୍ତି । ପୂର୍ବରୁ କିନ୍ତୁ ବୋନି କହିଥିଲେ ଖୁସି ଏବେ କ୍ୟାମେରାକୁ ସାମ୍ନା କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଅବଶ୍ୟ ବୋନି ତାଙ୍କ ନିଜ ଫିଲ୍ମରେ ଖୁସିଙ୍କୁ ଡେବ୍ୟୁ କରିବେ ନାହିଁ ବୋଲି ପ୍ରଥମରୁ କହିଛନ୍ତି । କାରଣ ପ୍ରଥମରୁ ନିଜ ଗୋଡରେ ନିଜେ ଠିଆ ହେଲେ ଭବିଷ୍ୟତରେ କ୍ୟାରିୟର ଷ୍ଟ୍ରଙ୍ଗ ହେବ ବୋଲି ବୋନି ଉପଦେଶ ଦେଇଥିଲେ । ଏତେସବୁ ପରେ ଏବେବି ସ୍ପଷ୍ଟ ହୋଇନାହିଁ ପ୍ରକୃତରେ ଖୁସି ଡେବ୍ୟୁ କରୁଛନ୍ତି ନା ନାହିଁ ।

Share