ପୁଣିଥରେ ‘ମିଷ୍ଟର ଇଣ୍ଡିଆ’ର ଯାଦୁ ଦେଖିବେ ଦର୍ଶକେ!

ମୁମ୍ବାଇ: ବଲିଉଡ ପ୍ରଯୋଜକ ତଥା ନିର୍ଦ୍ଦେଶକ ବୋନି କପୁର ତାଙ୍କ କ୍ୟାରିୟରରେ ଦର୍ଶକଙ୍କୁ କିଛି ସୁପରହିଟ୍ ମୁଭି ଭେଟି ଦେଇଛନ୍ତି । ଏବେ ସେ ଏକ ଖୁସି ଖବର ଦେଇଛନ୍ତି । ବୋନି କହିଛନ୍ତି, ଅନିଲ କପୁର ଓ ଶ୍ରୀଦେବୀଙ୍କ ଅଭିନୀତ ମୁଭି ‘ମିଷ୍ଟର ଇଣ୍ଡିଆ’ର ସିକ୍ୱୁଏଲ ନିର୍ମାଣ ହେବାକୁ ଯାଉଛି । ସେ କହିଛନ୍ତି ଦର୍ଶକେ ତାଙ୍କର କିଛି ଫିଲ୍ମର ସିକ୍ୱୁଏଲ ପାଇଁ ଡିମାଣ୍ଡ କରୁଛନ୍ତି । ଏହାସହ ବୋନି ଆକ୍ଟିଂ ଡେବ୍ୟୁକୁ ନେଇ ବି କିଛି କଥା କହିଛନ୍ତି ।
ପିଙ୍କ ଭିଲାକୁ ଦେଇଥିବା ଏକ ସାକ୍ଷାତକାରରେ ବୋନି କହିଛନ୍ତି, ମୁଁ ମିଷ୍ଟର ଇଣ୍ଡିଆ ୨ ନିର୍ମାଣ କରିବି ଯଦି ଖୁବ ଶୀଘ୍ର ଏହା ଉପରେ କାମ ଆରମ୍ଭ କରାଯାଏ ତେବେ ଚକିତ ହେବାର କିଛି ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ମିଷ୍ଟର ଇଣ୍ଡିଆ ସହ ‘ୱୋଣ୍ଟେଡ’ ଓ ‘ନୋ ଏଣ୍ଟ୍ରି’ର ସିକ୍ୱୁଏଲ ପାଇଁ ବି ଡିମାଣ୍ଡ ରହିଛି ।
ବୋନି ତାଙ୍କ ଆକ୍ଟିଂ ଡେବ୍ୟୁକୁ ନେଇ କହିଛନ୍ତି, ମୁଭି ‘ତୁ ଝୁଠି ମେ ମକ୍କାର’ର ଅଫରକୁ ସେ ରିଜେକ୍ଟ କରିବାର ଥିଲା । ହେଲେ ଲଭ ରଞ୍ଜନ ତାଙ୍କୁ ଏଥିରେ ଅଭିନୟ ପାଇଁ ରାଜି କରାଇଛନ୍ତି । ଏହା ମୋ ପାଇଁ ଏକ ଭଲ ଏକ୍ସପିିରିୟନ୍ସ । ଏଥିପାଇଁ ମୁଁ ବହୁତ ଖୁସି । ଆଶା କରୁଛି ଦର୍ଶକଙ୍କୁ ଏହା ପସନ୍ଦ ଆସିବ । ସୂଚନାଯୋଗ୍ୟ, ‘ତୁ ଝୁଠି ମେ ମକ୍କାର’ ମୁଭିରେ ଲିଡ ରୋଲରେ ରହିଛନ୍ତି ରଣବୀର କପୁର ଓ ଶ୍ରଦ୍ଧା କପୁର । ଫିଲ୍ମ ୮ ମାର୍ଚ୍ଚରେ ରିଲିଜ୍ ହେବ ।

Share