‘ନୋ ଏଣ୍ଟ୍ରି’ର ସିକ୍ୱେଲ ପାଇଁ ଏଭଳି ସର୍ତ୍ତ ରଖିଥିଲେ ବୋନି

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ହିଟ ସିନେମା ‘ନୋ ଏଣ୍ଟ୍ରି’ର ସିକ୍ୱେଲ ଖୁବ୍‌ଶୀଘ୍ର ହଲକୁ ଆସିବ । ୨୦୦୫ରେ ସାରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଧମାଲ କରିଥିଲା ସଲମାନ-ଅନିଲ କପୁରଙ୍କ ଏହି ଜବରଦସ୍ତ ଯୋଡି । ତେବେ ପ୍ରଯୋଜକ ବୋନି କପୁର ଏହି କମେଡି ସିନେମାର ସିକ୍ୱେଲ କରିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ଅନୀଷ ବଜମୀ ନିର୍ଦ୍ଦେଶନା ଦେବେ। କିନ୍ତୁ ଏହି ଫିଲ୍ମ କରିବା ପୂର୍ବରୁ ବୋନି କପୁର ଏକ ସର୍ତ୍ତ ରଖିଥିଲେ । ସେହି ସର୍ତ୍ତଟି ହେଉଛି,ସଲମାନ ପୁଣି ଥରେ ଏହି ଫିଲ୍ମରେ କାମ କରିବେ। କିନ୍ତୁ ଭାଇଜାନ ଏ ନେଇ କୌଣସି ସ୍ପଷ୍ଟ କରି ନ ଥିବାରୁ ଯୋଜନା କିଛି ଆଗକୁ ବଢି ପାରି ନ ଥିଲା । ତେବେ ନିଜ ଜନ୍ମଦିନରେ ନୋ ଏଣ୍ଟ୍ରିର ସିକ୍ୱେଲ କରିବା ପାଇଁ ଘୋଷଣା କରିଥିଲେ ଦବଙ୍ଗ ଖାନ । ଏହି ସର୍ତ୍ତ ପୂରଣ ହେବା ପରେ ବୋନି କପୁର ଏବେ ସେ ସିନେମା ତିଆରି କରିବା ପାଇଁ ଲାଗି ପଡିଛନ୍ତି। ତେବେ ସିକ୍ୱେଲର ନାଁ ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’ ରଖାଯାଇଥିବା ବେଳେ ବୋନି ଏହାର ସ୍କ୍ରିପ୍ଟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଏଥିରେ ସଲମାନ ଲିଡ୍‌ ରୋଲରେ ନଜର ଆସିବେ।

 

Share