Advertisement

ନିର୍ବାଚନ ମଇଦାନରେ ନଣନ୍ଦ-ଭାଉଜ

ବନ୍ତ,୨୩|୧(ସ୍ବ.ପ୍ର.)  ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ୨୫ ପଞ୍ଚାୟତର ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ପରେ ଶନିବାର ଯାଞ୍ଚ ପ୍ରକ୍ରିୟା ସରିଛି। ତେବେ ଓଡ଼ଙ୍ଗ ପଞ୍ଚାୟତରେ ଗୋଟିଏ ପରିବାରର ନଣନ୍ଦ ଓ ଭାଉଜ ଭିନ୍ନ ଭିନ୍ନ ଦଳ ସମର୍ଥନରେ ସରପଞ୍ଚ ପ୍ରାର୍ଥୀ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ତ-ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରୁ ଏହି ପଞ୍ଚାୟତର ପଞ୍ଚାନନ ମଣ୍ଡଳ ଅତୀତରେ କଂଗ୍ରେସର ବିଧାୟକ ଥିଲେ। ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ ସେ ପରିଚିତ। ତାଙ୍କ ପରିବାରରୁ ଝିଅ ଓ ବୋହୂ ଭିନ୍ନ ଭିନ୍ନ ଦଳ ସମର୍ଥନରେ ସରପଞ୍ଚ ପାଇଁ ଲଢ଼ିବା ରାଜନୈତିକ ମହଲକୁ ବେଶ୍‌ ସରଗରମ କରିଛି। ଝିଅ ମୀନତିଲତା ମଣ୍ଡଳ ଭାଜପା ସମର୍ଥନରେ ଓ ବୋହୂ ଲିଲି ଗୋଚ୍ଛାୟତ କଂଗ୍ରେସ ସମର୍ଥନରେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଏନେଇ ପୂର୍ବତନ ବିଧାୟକ ମଣ୍ଡଳ କହିଛନ୍ତି, ଝିଅ ବିବାହ କରି ସାରିଛନ୍ତି। ଶ୍ୱଶୁର ଘର ସ୍ବୀକୃତିରେ ସେ ପ୍ରାର୍ଥୀ ହୋଇଛନ୍ତି। ରାଜନୀତିରେ ଗୋଟିଏ ପରିବାର ସଦସ୍ୟ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ହେବା କିଛି ନୂଆ କଥା ନୁହେଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel