୩୦ବର୍ଷରୁ ଊର୍ଦ୍ଧ୍ୱଙ୍କୁ ବୁଷ୍ଟର ଡୋଜ୍‌

ଲଣ୍ଡନ,୧୨।୧୨: କରୋନାର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ବଢ଼ୁଥିବାରୁ ବ୍ରିଟେନରେ ୩୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କୁ କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌ ଦେବା ନେଇ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସୋମବାରଠାରୁ ବୁକିଂ ଆରମ୍ଭ ହେଉଛି। ବ୍ରିଟେନରେ ୩୦ରୁ ୩୯ ବର୍ଷ ବୟସ ବର୍ଗର ୭୫ ଲକ୍ଷ ଲୋକ ଥିବା ବେଳେ ୩୫ ଲକ୍ଷ ବୁଷ୍ଟର ଡୋଜ୍‌ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବୁଷ୍ଟର ଡୋଜ୍‌ ଓମିକ୍ରନ୍‌କୁ ପ୍ରତିହତ କରିବାରେ ପ୍ରଭାବଶାଳୀ ସାବ୍ୟସ୍ତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ଷ ଶେଷ ସୁଦ୍ଧା ବ୍ରିଟେନରେ ଓମିକ୍ରନ୍‌ ସଂକ୍ରମଣ ଡେଲ୍ଟା ଭାରିଆଣ୍ଟ ସଂକ୍ରମଣକୁ ଟପିଯିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇବା ପରେ ସରକାର ତତ୍ପର ହୋଇଛନ୍ତି।

Share