୧୦ରୁ କଟକରେ ବୁଷ୍ଟର ଡୋଜ

କଟକ ଅଫିସ, ୨।୧: କଟକରେ ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ ହେବ । ଆସନ୍ତା ୧୦ରୁ ଏହି ଟିକାକରଣ ଆରମ୍ଭ ହେବ ବୋଲି ନୋଡାଲ ଅଫିସର ଡକ୍ଟର ଉମେଶ ରାୟ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧା ପ୍ରଥମେ ଏହି ବୁଷ୍ଟର ଡୋଜ ନେବେ । ୬୦ ବର୍ଷରୁ ଊର୍ଦ୍ଧ୍ୱ ବିଭିନ୍ନ ରୋଗରେ ପୀଡିତ ବୟସ୍କ ଲୋକ ମଧ୍ୟ ବୁଷ୍ଟର ଡୋଜ ନେବେ । ଦ୍ୱିତୀୟ ଡୋଜର ୯ ମାସ ପରେ ବୁଷ୍ଟର । ସମୟ କ୍ରମେ ସାଧାରଣ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ । ସେହିଭଳି ସେମବାର ଠାରୁ ରାଜଧାନୀ ଭୁବନେଶ୍ୱରରେ କିଶୋରଙ୍କୁ ଟିକାକରଣ ଆରମ୍ଭ ହେବ ।

Share