ଭାରତରେ ଦିଆଯିବ ବୁଷ୍ଟର ଡୋଜ୍‌, ଆସନ୍ତା ସପ୍ତାହରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସେହିପରି ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଏବେ ଦେଶରେ ବୁଷ୍ଟର ଡୋଜ୍‌ ଦିଆଯିବା ନେଇ ଯୋଜନା ଆରମ୍ଭ ହୋଇଛି।

ଏନେଇ ବିଶେଷଜ୍ଞ ପ୍ୟାନେଲ ଆସନ୍ତା ସପ୍ତାହରେ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ବୁଷ୍ଟର ଡୋଜ୍‌ର ଆବଶ୍ୟକତା ଏବଂ ଉଭୟ ଡୋଜ୍‌ ନେବାର କେତେ ଦିନ ପରେ ଏହାକୁ ଦିଆଯିବା ଉଚିତ ତାହାର ବିଚାର ପ୍ୟାନେଲ କରିବେ।

କମ୍‌ ରୋଗ ପ୍ରତିରୋଧକ ଶକ୍ତିଥିବା ଲୋକଙ୍କ ବୁଷ୍ଟର ଡୋଜ୍‌ ପ୍ରଥମେ ପ୍ରଦାନ କରାଯିବା ନେଇ ପ୍ୟାନେଲ୍‌ ପକ୍ଷରୁ ବିଚାର କରାଯାଉଛି। ପ୍ରାଥମିକତା ଆଧାରରେ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ ବୋଲି ବିଚାର ହେଉଛି।

Share