ରାଜଧାନୀରେ ୧୨ କେନ୍ଦ୍ରରେ ଦିଆଯିବ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଆଜିଠୁ ୧୮-୫୯ ବର୍ଷୀୟଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ରାଜଧାନୀର ୟୁନିଟ-୪ ସହାରଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଏମ୍‌ସି କମିଶନର ଏହି ଟିକାକରଣର ଶୁଭାରମ୍ଭ କରିବେ। ସହରରେ ମୋଟ ୧୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା କରାଯାଇଛି। କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, ୟୁନିଟ-୪, ପଟିଆ, ଡୁମଡୁମା, ୟୁନିଟ-୮, ଆଇଆରସି ଭିଲେଜ, ଘାଟିକିଆ, ଏମ୍‌ଏସ, ସହିଦନଗର, ସାମାନ୍ତରାୟପୁର ଏବଂ କଳ୍ପନା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବୁଷ୍ଟର ଡୋଜ୍‌ ଦିଆଯିବ। ଟିକାଦାନ ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ସା ୬ଟା ପର୍ଯ୍ୟନ୍ତ ଚାଲିବ ।

Share