ବ୍ରାସିଲିଆ,୧୭ା୧୧: ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କ୍ୱିରୋଗା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ୧୮ ବର୍ଷରୁ ଅଧିକ ସମସ୍ତ ବ୍ରାଜିଲୀୟଙ୍କୁ କୋଭିଡ୍-୧୯ ଏକ ବୁଷ୍ଟର୍ ଡୋଜ୍ ଦିଆଯିବ।
ଏକ ରିପୋର୍ଟ ଅନୁଯାୟୀ, କେବଳ ୧୮ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର୍ ଡୋଜ୍ ଦିଆଯିବ। ଯେଉଁମାନେ ପାଞ୍ଚ ମାସ ପୂର୍ବେ କୋଭିଡ୍ସ୍-୧୯ର ଦ୍ୱିତୀୟ ଡୋଜ୍ ନେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୧୨.୪ ମିଲିୟନରୁ ଅଧିକ ବ୍ରାଜିଲୀୟମାନେ ବୁଷ୍ଟର ଡୋଜ୍ ପାଇଁ ଯୋଗ୍ୟ ଅଟନ୍ତି।
ମନ୍ତ୍ରଣାଳୟ କହିଛି, ଦେଶରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୧୯ ଲକ୍ଷ ୬୫ ହଜାର ୬୮୪ ମାମଲା ଆସିଛି। ସେଥିମଧ୍ୟରୁ ୬ ଲକ୍ଷ ୧୧ ହଜାର ୪୭୮ ଜଣଙ୍କ ମୃତ୍ୟୁ ଘଟିଛି।