Categories: ଜାତୀୟ

‘ସ୍ପୁଟନିକ-ଭି ’ନେଇଥିବା ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୧।୫: ଋଷ ନିର୍ମିତ ସ୍ପୁଟନିକ-ଭି ଟିକା ଯେଉଁମାନେ ନେଇଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ରୂପେ ମଧ୍ୟ ଏହି ଟିକାର ପ୍ରଥମ ଡୋଜ ନେଇପାରିବେ । ଏ ନେଇ ନ୍ୟାଶନାଲ ଟେକ୍ନିକାଲ ଆଡଭଇଜରୀ ଗ୍ରୁପ ସ୍ପୁଟନିକ ଟିକାକୁ ଅନୁମତି ଦେଇଛି। ସ୍ପୁଟନିକ-ଭି ଟିକା ନେଇଥିବା ଲୋକଙ୍କୁ ଏହି ଟିକାର ବୁଷ୍ଟର ଡୋଜ୍‌ ନେବା ପାଇଁ କୌଣସି ନୀତି ପ୍ରସ୍ତୁତ ହୋଇ ନଥିଲା । ତେବେ ଏହି ଟିକା ନେଇଥିବା ଲୋକଙ୍କ ପାଇଁ କେଉଁ ଟିକା ବୁଷ୍ଟର ଡୋଜ୍‌ ଭାବରେ ନିଆଯିବ ସେ ନେଇ ପ୍ରଶ୍ନ ଉଠିଥିଲା । ହେଲେ ଏବେ ଏହି ପ୍ରଶ୍ନର ଅନ୍ତ ଘଟିଛି। ୧୮ ବର୍ଷରୁ ଅଧିକ ଉର୍ଦ୍ଧ୍ୱ ବୟସ୍କ ଯେଉଁମାନେ ଦ୍ବିତୀୟ ଟିକା ନେବାର ୯ ମାସ ପୂରା କରିଛନ୍ତି, ସେମାନେ ଏପ୍ରିଲ ୧୦ ତାରିଖ ପରଠାରୁ ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକରେ ଯାଇ ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ ।

Share