ଭୋଟ୍‌ ପାଇଁ ବୁଥ୍‌ ପ୍ରସ୍ତୁତ, ଆଇନଶୃଙ୍ଖଳା କଡ଼ାକଡ଼ି

ନିରାକାରପୁର,୨୪ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ସାଧାରଣ ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବୁଥ୍‌କୁ ପ୍ରସ୍ତୁତ କରି ରଖାଯାଇଛି। ଗ୍ରୀଷ୍ମ ଦାଉରୁ ମୁକ୍ତି ନିମନ୍ତେ ଟେଣ୍ଟ ବ୍ୟବସ୍ଥା ସହ ପିଇବା ପାଣିଠାରୁ ଆରମ୍ଭ କରି ଦିବ୍ୟାଙ୍ଗମାନଙ୍କ ପାଇଁ ଟ୍ରାଇ ସାଇକେଲ ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତ ପୋଲିଂ ପାର୍ଟି ଆସି ନିଜ ନିଜ ବୁଥ୍‌ରେ ମଧ୍ୟ ପହଞ୍ଚି ସାରିଛନ୍ତି। ମତଦାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ମତଦାନ କେନ୍ଦ୍ର ଏକ ପ୍ରକାର ସଜେଇ ହୋଇଛି। ଅନୁରୂପ ଭାବେ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ମଧ୍ୟ ଜିଲା ପୋଲିସ ପ୍ରଶାସନର ନିର୍ଦ୍ଦେଶରେ ସମସ୍ତ ଥାନା ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇ ସାହି, ବଜାର, ଗଳି, କନ୍ଦିରେ ଫ୍ଲାଗ୍‌ମାର୍ଚ୍ଚ ମଧ୍ୟ କରାଯାଉଛି। ଯେପରି ଶାନ୍ତିଶୃଙ୍ଖଳାରେ ମତଦାନ କରାଯିବ ଆଇନ ସେହି ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ନିରାକାରପୁର ଥାନା ଅଧିକାରୀ ବିଶ୍ୱଜିତ୍‌ ରାଉତରାୟ ସୂଚନା ଦେଇଛନ୍ତି।