Posted inଖେଳ

ବୋପାନ୍ନା-ଭୋସଲେଙ୍କୁ ମିକ୍ସଡ ଡବଲ୍ସ ସ୍ବର୍ଣ୍ଣ

ହାଙ୍ଗଝୋ,୧।୧୦: ଶନିବାର ଏସିଆନ୍‌ ଗେମ୍ସ ୨୦୨୩ର ଟେନିସ୍‌ ମିକ୍ସଡ ଡବଲ୍ସରେ ଭାରତର ରୋହନ ବୋପାନ୍ନା ଓ ଋତୁଜା ଭୋସ୍‌ଲେଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଯୋଡି ୨-୬, ୬-୩ ଓ ୧୦-୪ ସେଟ୍‌ରେ ଚାଇନିଜ୍‌ ତାଇପେର ସୁଙ୍ଗ ହାଓ ହୁଆଙ୍ଗ ଓ ଏନ୍‌ ଶୁଓ ଲିଆଙ୍ଗଙ୍କୁ ପରାସ୍ତ କରିଛନ୍ତି। ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍‌ର ମାନ୍ୟତା ପାଇଥିବା ଭାରତୀୟ ଯୋଡି ଆରମ୍ଭରୁ ପଛୁଆ ରହିଥିଲା। ପ୍ରଥମ ସେଟ୍‌କୁ ୨-୧ରେ ହାରିବା ପରେ ପରବର୍ତ୍ତୀ ଦୁଇ ସେଟ୍‌କୁ ଦଳ ସହଜରେ ଜିତି ନେଇଥିଲା। ଆରମ୍ଭରୁ ଋତୁଜାଙ୍କ ସର୍ଭିସ୍‌ ଠିକ୍‌ ନ ଥିବା ବେଳେ ଦ୍ୱିତୀୟ ସେଟ୍‌ରୁ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ବୋପାନ୍ନାଙ୍କ ଅଭିଜ୍ଞତା ଭାରତ ପାଇଁ ବେଶ୍‌ ଲାଭଦାୟକ ହୋଇଥିଲା। ଏହା ସହିତ ଭାରତ ଟେନିସ୍‌ ଇଭେଣ୍ଟରେ ଦ୍ୱିତୀୟ ପଦକ ହାସଲ କରିଥିବା ବେଳେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ସହିତ ଅଭିଯାନ ଶେଷ କରିଛି। ଏହା ପୂର୍ବରୁ ସାକେତ ମାଇନେନି ଓ ରାମକୁମାର ରାମନାଥନ ଭାରତ ପାଇଁ ପୁରୁଷ ଡବଲ୍ସରେ ରୌପ୍ୟ ପଦକ ଜିତିଥିଲେ। ପ୍ରଥମ ସେଟ୍‌ରେ ଋତୁଜାଙ୍କ ରିଟର୍ନରେ ସମସ୍ୟା ରହିଥିବା ବେଳେ ଦ୍ୱିତୀୟ ସେଟ୍‌ରେ ବୋପାନ୍ନା ଉଭୟଙ୍କ ସାଇଡ୍‌ ପରିବର୍ତ୍ତନ କରିଥିଲେ। ସାଇଡ୍‌ ଚେଞ୍ଜ ହେବା ପରେ ୨୭ ବର୍ଷୀୟା ଋତୁଜା ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ଦୁଇ ସେଟ୍‌ ପରେ ମ୍ୟାଚ୍‌ ୧-୧ରେ ରହିଥିବା ବେଳେ ଅନ୍ତିମ ସେଟ୍‌ ଟାଇବ୍ରେକରରେ ଫଇସଲା ହୋଇଥିଲା। ଭାରତୀୟ ଯୋଡି ଏଥିରେ ୧୦-୪ରେ ବାଜି ମାରି ନେଇଥିଲେ। ଉଭୟ ନିଜର ଖେଳ ଶୈଳୀ ସହିତ ଅଭ୍ୟସ୍ତ । ତେଣୁ ପ୍ରଥମ ସେଟ୍‌ ହାରିବା ପରେ ସାଇଡ ବଦଳେଇବାକୁ ନିଷ୍ପତ୍ତି ନେଇଥିଲୁ, ଯାହା ଫଳପ୍ରଦ ହୋଇଥିଲା ବୋଲି ମ୍ୟାଚ ପରେ ପ୍ରତିକ୍ରିୟାରେ କହିଛନ୍ତି ରୋହନ ବୋପାନ୍ନା। ସମ୍ଭବତଃ ନିଜ କ୍ୟାରିୟରର ଅନ୍ତିମ ଏସିଆନ୍‌ ଗେମ୍ସ ଖେଳୁଥିବା ବୋପାନ୍ନା ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହକି ମ୍ୟାଚ୍‌ ଦେଖିବେ ବୋଲି କହିଛନ୍ତି। ପୂର୍ବରୁ ମ୍ୟାଚ୍‌ ଦେଖିବା ପାଇଁ ଯୋଜନା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ନ ଥିଲା। ଅନ୍ୟ ମ୍ୟାଚରେ ଭାରତକୁ ସମର୍ଥନ କରିବା ପାଇଁ ଏହା ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ବୋପାନ୍ନା କହିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଏସିଆନ୍‌ ଗେମ୍ସ ପଦକ ହାସଲ କରିଥିବା ଋତୁଜା ପ୍ରଥମ ସେଟ୍‌ରେ ନର୍ଭସ ଥିବା ସ୍ବୀକାର କରିଛନ୍ତି। ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ମୁଁ ସାମାନ୍ୟ ନର୍ଭସ ରହିଥିଲି। ସର୍ଭିସ୍‌ରେ ସମସ୍ୟା ରହିଥିବା ବେଳେ ଦ୍ୱିତୀୟ ସେଟ୍‌ ବେଳକୁ ଏଥିରେ ସୁଧାର ଆଣିବାରେ ସମର୍ଥ ହୋଇଥିଲି ବୋଲି ଋତୁଜା କହିଛନ୍ତି। ତେବେ ଏସିଆନ୍‌ ଗେମ୍ସ ଟେନିସରେ ଭାରତୀୟ ଦଳର ଏହା ସବୁଠାରୁ ଖରାପ ପ୍ରଦର୍ଶନ। ୨୦୦୨ ଓ ୨୦୦୬ରେ ଭାରତୀୟ ଦଳ ୪ଟି ପଦକ ହାସଲ କରିଥିବା ବେଳେ ୨୦୧୦ ଓ ୨୦୧୪ରେ ୫ଟି ଲେଖାଏ ପଦକ ହାସଲ କରିଥିଲା। ୨୦୧୮ ଜାକାର୍ତ୍ତା ଇଭେଣ୍ଟରେ ଭାରତ ୩ ପଦକ ହାସଲ କରିଥିଲା। ସିଙ୍ଗଲ୍ସରେ ଭାରତୀୟ ଖେଳାଳିଙ୍କ ପଦକ ନୈରାଶ୍ୟଜନକ ରହିଥିବା ବେଳେ ପୁରୁଷ ଡବଲ୍ସରେ ପଦକ ଫେଭରିଟ୍‌ ରୋହନ ବୋପାନ୍ନା ଓ ୟୁକି ଭାମ୍ବ୍ରି ନିରାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri